ପ୍ରାଇଭେସୀ ପଲିସି

ପ୍ରାଇଭେସୀ ପଲିସି

ଡାଟା ଗୋପନୀୟତା ଏବଂ ସୁରକ୍ଷା ନୀତି

TATA ମୋଟରସ୍‌ ଲିମିଟେଡ୍‌, ଯାହାକି (ଏହାଠାରୁ 'TML' ଭାବରେ ଦର୍ଶାଯାଇଛି), ଆପଣଙ୍କ ବ୍ୟକ୍ତିଗତ ଡାଟା ର ଗୋପନୀୟତା ଏବଂ ସୁରକ୍ଷା ପ୍ରତିରକ୍ଷା କରିବାରେ ପ୍ରତିଶୃତି ବଦ୍ଧ । ଆପଣଙ୍କ ବ୍ୟକ୍ତିଗତ ଡାଟା ପ୍ରଣାଳୀଭୁକ୍ତ କରିବା ସମୟରେ ଆପଣଙ୍କ ଗୋପନୀୟତା ପ୍ରତିରକ୍ଷା କରିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥାଏ, ଆମର ବ୍ୟବସାୟ ପ୍ରଣାଳୀରେ ଆମେ ଏଥିପ୍ରତି ବିଶେଷ ଧ୍ୟାନ ଦେଇଥାଉ । ଆମେ ସଂଗ୍ରହ କରାଯାଇଥିବା ବ୍ୟକ୍ତିଗତ ଡାଟା ଆଇନଗତ ପ୍ରାବଧାନ ଅନୁସାରେ ପ୍ରଣାଳୀଭୁକ୍ତ କରିଥାଉ ।

ଆମ ଦ୍ୱାରା ସଂଗୃହିତ ବ୍ୟକ୍ତିଗତ ତଥ୍ୟର ପ୍ରକାର ଉଦ୍ଦେଶ୍ୟ, ବ୍ୟବହାର, ଏବଂ ପରବର୍ତ୍ତୀ ସମୟରେ ପ୍ରଣାଳୀଭୁକ୍ତ କରଣ ଏବଂ ଆମ ସହିତ ଅଂଶୀଦାରକୁ ନେଇ ଆପଣଙ୍କର ଅଧିକାର ବିଷୟରେ ଆପଣକୁ ଜଣାଇବା ହିଁ ହେଉଛି ଏହି ଗୋପନୀୟ ନୀତିର ମୁଖ୍ୟ ଉଦ୍ଦେଶ୍ୟ । ଏହି ଗୋପନୀୟ ନୀତି ଆପଣଙ୍କ ବ୍ୟକ୍ତିଗତ ତଥ୍ୟର ପ୍ରତିରକ୍ଷା ପ୍ରତି ଆପଣଙ୍କର ଅଧିକାର ମହ୍ୟ ଧାର୍ଯ୍ୟ କରିଥାଏ । ଏହି ଗୋପନୀୟତା ନୀତି ବର୍ଣ୍ଣନା କରେ ଯେ ଏହି ୱେବସାଇଟ୍‌ ମାଧ୍ୟମରେ TML ସଂଗ୍ରହ କରିଥିବା ସୂଚନା ଆମେ କିପରି ବ୍ୟବହାର କରୁ, ବଜାୟ ରଖୁ, ଅଂଶୀଦାର କରୁ ଏବଂ ପ୍ରତିରକ୍ଷା କରୁ ଏବଂ ଆପଣ ମଧ୍ୟ ଏହା ସଦ୍ୟ ସଂଶୋଧନ କରି ପାରିବେ। ୟୁରୋପିଆନ୍‌ ଇକୋନୋକିକ୍‌ ଏରିଆ("EEA") ରୁ ଯେ କୌଣସି ରୁପରେ ଇଲେକଟ୍ରୋନିକ କିମ୍ୱା ପେପର ରୁପରେ TML ସଂଗ୍ରହ କରିଥିବା ସମସ୍ତ ବ୍ୟକ୍ତିଗତ ଡାଟା ପାଇଁ ମଧ୍ୟ ଏହା ଲାଗୁ ଅଟେ । ଏହା ନିମ୍ନରେ ଦିଆଯାଥିବା ତାରିଖ ଦିନ ଲାଗୁ ଅଟେ ଏବଂ ଲାଗୁହେବା ଦିନଠାରୁ ଆପଣଙ୍କ ସୂଚନା ଆମେ କିପରି ବ୍ୟବହାର କରିବୁ, ସେଥିପାଇଁ ଲାଗୁ ଅଟେ ।

ଏହି ଗୋପନୀୟ ନୀତିରେ ଦିଆଯାଇଥିବା ବ୍ୟତିତ, ଆପଣଙ୍କ ବ୍ୟକ୍ତିଗତ ପରିଚୟ ବିନା ମଧ୍ୟ ଆପଣ ଆମର ୱେବ୍‌ସାଇଟ୍‌ ଦେଖିପାରିବେ/ବ୍ୟବହାର କରିପାରିବେ । ଯେଉଁଠାରେ ଏହା ଆଇନଗତ ଏବଂ ସମ୍ଭବ, TML ଆପଣଙ୍କୁ ଅନୁମତି ଦେବ ଯେ ଆପଣଙ୍କ ପରିଚୟ ନ ଦେଇ ଆପଣ ଆମର ୱେବ୍‌ସାଇଟ୍‌ ବ୍ୟବହାର କରିବାର ବିକଳ୍ପ ନେଇ ପାରିବେ- ଆପଣ ଆମର ୱେବ୍‌ସାଇଟ୍‌ ବ୍ୟବହାର କଲାବେଳେ ଏହାର କେତେକ ସେକ୍‌ସନ୍‌ ଆପଣଙ୍କ ଆବଶ୍ୟକତା ସଫଳତାର ସହିତ ପୁରଣ କରିବା ପାଇଁ ଏବଂ ଆମର ଉତ୍ପାଦ, ସେବା ଏବଂ ସୁଚନା ବିଷୟରେ ତଥ୍ୟ ଭଲ ଭାବରେ ଦେବା ପାଇଁ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଆବଶ୍ୟକ କରିପାରେ । ଆମର ୱେବେସାଇଟ୍‌ ବ୍ୟବହାର ବିଷୟରେ ନିମ୍ନରେ ଉଲ୍ଲେଖ ହୋଇଥିବା ନିୟମ ସର୍ତ୍ତାବଳୀ ପଢିବା ଏବଂ ବୁଝିବା ପାଇଁ ଆମେ ଅନୁରୋଧ କରୁଛୁ । ୱେବ୍‌ସାଇଟ୍‌ ର ବ୍ୟବହାରରେ ଆପଣ ବିନାକୌଣସି ସର୍ତ୍ତରେ ଏହି ସର୍ତ୍ତାବଳୀ ଗୁଡିକ ଗ୍ରହଣ କରିବା ଅନ୍ତର୍ଭୁକ୍ତ ଅଟେ-ଆମର ଗୋପନୀୟ ନୀତି ର ନିୟମ ଏବଂ ସର୍ତ୍ତାବଳୀ ଯଦି ଆପଣ ମାନିବା ପାଇଁ ରାଜି ହୁଅନ୍ତି ଏବଂ ଗୋପନୀୟ ନୀତି ଅନୁସାରେ ଆପଣ ପ୍ରଦାନ କରିଥିବା ବ୍ୟକ୍ତିଗତ ତଥ୍ୟ ଟାଟା ମୋଟର୍‌ସ୍‌ ଲିମିଟେଡ୍‌ ବ୍ୟବହାର କରିବା ପାଇଁ ସ୍ୱଚ୍ଛାକୃତ ଭାବରେ ସମ୍ମତି ଦିଅନ୍ତି ଏବଂ ଅଧିକାର ପ୍ରଦାନ କରନ୍ତି, ତେବେ ହିଁ ଆପଣ ଏହି ୱେବ୍‌ସାଇଟ୍‌ ପ୍ରବିଷ୍ଟ କରିପାରିବେ । ଆପଣ ଯଦି ଆମର ଗୋପନୀୟ ନୀତି ର ନିୟମ ଏବଂ ସର୍ତ୍ତାବଳୀରେ ରାଜି ନ ହୁଅନ୍ତି କିମ୍ୱା କୌଣସି କାରଣରୁ ୱେବ୍‌ସାଇଟ୍‌ ଏବଂ/କିମ୍ୱା ଏହାର କୌଣସି ବିଷୟବସ୍ତୁ ପ୍ରତି ଆପଣ ଅସନ୍ତୁଷ୍ଟ ହୁଅନ୍ତି, ତେବେ ଆମର ୱେବ୍‌ସାଇଟ୍‌ ଆଉ ପ୍ରବିଷ୍ଟ କରିବା ପାଇଁ ଆପଣଙ୍କୁ ନିଷିଦ୍ଧ କରା ହେବ ।

ଏହି ଗୋପନୀୟ ନୀତି ପଢିବା ପାଇଁ ଆମେ ଆପଣଙ୍କୁ ପ୍ରୋତ୍ସାହିତ କରୁଛୁ

ଆମେ ସଂଗ୍ରହ କରିଥିବା ବ୍ୟକ୍ତିଗତ ଡାଟା

ବ୍ୟକ୍ତିଗତ ଡାଟା ହେଉଛି ଏହି ଡାଟା ଯାହା ମାଧ୍ୟମରେ ଆପଣ କିଏ ବିଷୟରେ TML ନିର୍ଦ୍ଦିଷ୍ଟ ସୂଚନା ପ୍ରାପ୍ତ କରିଥାଏ ଏବଂ ପ୍ରାପ୍ତ ହୋଇଥିବା ଏହି ସୁଚନା ଆପଣଙ୍କୁ ଚିହ୍ନଟ କରିବା, ସଂପର୍କ କରିବା କିମ୍ୱା ଆପଣଙ୍କ ଅବସ୍ଥାନ ନିର୍ଣ୍ଣୟ କରିବା (ଯଥା ନାମ,ବୟସ, ଲୀଙ୍ଗ, ଡାକ ଠିକଣା, ଟେଲିଫୋନ ନମ୍ବର ଏବଂ ଇ-ମେଲ ଠିକଣା) ପାଇଁ ବ୍ୟବହାର ହୋଇଥାଏ । ବିଭିନ୍ନ ପରିସ୍ଥିତିରେ ଆପଣ ପ୍ରଦାନ କରୁଥିବା ସୂଚନାରୁ ଆମେ ଆପଣଙ୍କ ବ୍ୟକ୍ତିଗତ ଡାଟା ସଂଗ୍ରହ କରିଥାଉ, ଯେପରିକି କରାଯାଇଥିବା ସର୍ଭେରେ ଆପଣ ଦେଇଥିବା ପ୍ରତିକ୍ରିୟା, କୌଣସି ବ୍ୟକ୍ତିଗତ ସେବା ପ୍ରାପ୍ତ ପାଇଁ ଆପଣ ନିଜକୁ ପଞ୍ଜିକୃତ କରିଛନ୍ତି, ଆମର ଉତ୍ପାଦ କିମ୍ୱା ସେବାର ବ୍ୟବହାର କିମ୍ବା ଉପଭୋକ୍ତା ସେବା ପାଇଁ ଅନୁରୋଧ-ନିର୍ଦ୍ଦିଷ୍ଟ ପରିସ୍ଥିତି ପାଇଁ ସଂପୃକ୍ତ ହେଉଥିବା ଅନୁସାରେ ବ୍ୟକ୍ତିଗତ ଡାଟା ପ୍ରଦାନ କରିବା ପାଇଁ ଆମେ ଆପଣଙ୍କୁ ଅନୁରୋଧ କରିଥାଉ, ଯେପରିକି ଆପଣଙ୍କ ନାମ, ଠିକଣା, ଜିପ୍‌କୋଡ୍‌, ଫୋନ୍‌ ନମ୍ବର୍‌, ଇ-ମେଲ୍‌ ଆଡ୍ରେସ୍‌, IP ଆଡ୍ରେସ୍‌ ,ଲୋକେସନ୍‌ ଡାଟା, ଆପଣଙ୍କ ଡିଭାଇସ୍‌ ବିଷୟରେ ସୂଚନା- ଜରୁରୀ ନୁହେଁ ଯେ TML ଆପଣଙ୍କ ବିଷୟରେ ଗଚ୍ଛିତ କରିଥିବା ସମସ୍ତ ବ୍ୟକ୍ତିଗତ ଡାଟା ସବୁବେଳେ ଆପଣଙ୍କ ଠାରୁ ପ୍ରତ୍ୟେକ୍ଷ ଭାବରେ ଆସିଛି । ହୁଏତ, ଉଦାହରଣ ସ୍ୱରୁପ, ଏହା ଆପଣଙ୍କ ନିଯୁକ୍ତିଦାତାଙ୍କ ଠାରୁ କିମ୍ୱା ଆପଣ ସଂପୃକ୍ତ ଥିବା ସଂସ୍ଥାରୁ ଆସି ପାରିଥାଏ । ଅବଶ୍ୟ TML ଆପଣଙ୍କ ବିଷୟରେ ବ୍ୟକ୍ତିଗତ ଡାଟା ସଂଗ୍ରହ କରିଥାଏ, ଯେତେବେଳେ ଆପଣ ଏହି ସାଇଟ୍‌ ସହିତ ସଂପର୍କ ସ୍ଥାପନ କରନ୍ତି ଏବଂ/କିମ୍ୱା ଏହି ସାଇଟ୍‌ରେ ଅଫର୍‌ କରାଯାଉଥିବା ସର୍ଭିସ୍‌ ଆପଣ ଉପଯୋଗ କରନ୍ତି । ଉଦାହରଣ ସ୍ୱରୁପ:

  • ଯଦି ଆପଣ ଏହି ସାଇଟ ମାଧ୍ୟମରେ ଚାକିରୀ କିମ୍ୱା ଅନ୍ୟ ଷ୍ଟାଫ୍‌ ଆବଶ୍ୟକତା ପାଇଁ ଆବେଦନ କରନ୍ତି, ଆପଣଙ୍କ ରିଜ୍ୟୁମ ଏବଂ ଇମେଲ୍‌ ଠିକଣା, ଫୋନ୍‌ ନମ୍ବର ଏବଂ ଡାକ ଠିକଣା ଭଳି ଅନ୍ୟ ଯୋଗାଯୋଗ ସୂଚନା ସମ୍ବିଟ୍‌ କରିବା ପାଇଁ ଆପଣଙ୍କୁ କୁହାଯିବ । ଆପଣ ନିର୍ଦ୍ଦିଷ୍ଟ କରିଥିବା ଚାକିରୀ ପାଇଁ ଆପଣଙ୍କୁ ବିଚାର କରିବା ପାଇଁ ଆମେ ଏହି ସୂଚନା ବ୍ୟବହାର କରିବୁ । ଆମେ ମଧ୍ୟ ଅନ୍ୟ ଷ୍ଟାଫିଙ୍ଗ୍‌ ସୁଯୋଗ ବିଷୟରେ ଆପଣଙ୍କ ସହିତ ସଂପର୍କ କରିବା ପାଇଁ ଏହି ସୂଚନା ବ୍ୟବହାର କରିବୁ, ଉଭୟ ସୁଯୋଗ ଏହି ସାଇଟ୍‌ରେ ବିଜ୍ଞାପନ ପ୍ରାପ୍ତ ହୋଇଥାଏ ।
  • ଆମର ସାଇଟ୍‌ର କେତେକ ବୈଶିଷ୍ଟତାରେ ସହାୟତା କରିବା ପାଇଁ ଆମେ ଏକ ଥାର୍ଡ ପାର୍ଟି ସେବା ପ୍ରଦାରକ ବ୍ୟବହାର କରିପାରୁ । ଆମ ତରଫରୁ ଆମ ସେବା ପ୍ରଦାରକ ଆପଣଙ୍କ ବିଷୟରେ ସୂଚନା ସଂଗ୍ରହ କରିବ ଏବଂ ଅନ୍ୟ କୌଣସି ଉଦ୍ଦେଶ୍ୟରେ ଏହି ସଂଗୃହିତ ସୂଚନା ବ୍ୟବହାର କରିବାର ଅନୁମତି ନାହିଁ ।
  • ଆମେ ଆପଣଙ୍କର ବ୍ୟକ୍ତିଗତ ଡାଟା ପାଇଁ ଅନୁରୋଧ କରିଥାଉ, ଯେତେବେଳେ ଆପଣ ଏହି ୱେବସାଇଟ୍‌ ସହିତ ଅନ୍ୟ ପାରସ୍ପରିକ ସଂପର୍କ ରଖନ୍ତି, ଏବଂ ଏଥିରେ ଆପଣ ଏକ ସର୍ଭେରେ ଉତ୍ତର ଦେବା ଏବଂ ଏହି ସାଇଟ୍‌ରେ ଏକ ସମସ୍ୟା ରିପୋର୍ଟ କରିବା କିମ୍ୱା ଏହି ସାଇଟ୍‌ରେ କୌଣସି ସର୍ଭିସ୍‌ ଅଫର କରାଯାଉଥିବା ଅନ୍ତର୍ଗତ ଅଟେ ।
  • ଆମେ ଆପଣଙ୍କ ବ୍ୟକ୍ତିଗତ ଡାଟା ସଂଗ୍ରହ କରିଥାଉ, ଯଦି ଆପଣ ଆମ ସହିତ ଡିଲର୍‌ସିପ୍‌ /ଡିଷ୍ଟ୍ରିବ୍ୟୁଟର୍‌ସିପ୍‌ ଭାବରେ ବ୍ୟବସାୟ କରିବାକୁ ଚାହାଁନ୍ତି (ଡିଲର୍‌ /ଡିଷ୍ଟ୍ରିବ୍ୟୁଟର୍‌ ଆପ୍ଲିକେସନ ମାଧ୍ୟମରେ)
  • ଆମେ ଥାର୍ଡ ପାର୍ଟି ଯେପରିକି ଆମର ପାଟର୍ଣ୍ଣର, ସେବା ପ୍ରଦାରକଙ୍କ ଠାରୁ ଏବଂ ସାର୍ବଜନୀନରେ ଉପଲବ୍‌ଧ ୱେବସାଇଟ୍‌ରୁ ମଧ୍ୟ ବ୍ୟକ୍ତିଗତ ଡାଟା ସଂଗ୍ରହ କରିଥାଉ । ଆମ ଚିନ୍ତାଧାରା ଅନୁସାରେ ଆପଣଙ୍କ ଆଗ୍ରହ ଥିବା ସେବା ଅଫର୍‌ କରିବା ପାଇଁ ଏବଂ ଡାଟାର ସଠିକତା ବଜାୟ ରଖିବା ପାଇଁ, ସେବା ପ୍ରଦାନ ଏବଂ ସେବା ପ୍ରଦାନରେ ବୃଦ୍ଧି ପାଇଁ ବ୍ୟକ୍ତିଗତ ଡାଟା ସଂଗ୍ରହ ହୋଇଥାଏ ।
  • ଆମର ସହଯୋଗୀ ପେମେଣ୍ଟ୍‌ ମାଧ୍ୟମ ଦ୍ୱାରା କ୍ରେଡିଟ୍‌/ଡେବିଟ୍‌ କାର୍ଡ ବିବରଣ, ବ୍ୟାଙ୍କ୍‌ ଆକାଉଣ୍ଟ୍‌ ନମ୍ବର, ବ୍ୟାଙ୍କ ଆକାଉଣ୍ଟ୍‌ ପ୍ରକାର ପ୍ରଭୃତି ପେମେଣ୍ଟ ଜନିତ ସୂଚନା ସଂଗ୍ରହ କରାଯାଇ ପାରେ । ଆପଣଙ୍କ କାରବାର ପ୍ରଣାଳୀଭୁକ୍ତ କରିବା ପାଇଁ ହିଁ ପ୍ରାପ୍ତ ହୋଇଥିବା ତଥ୍ୟ ବ୍ୟବହାର କରାଯିବ ।
  • ଗାଡିର ବିବରଣ, ଯେଉଁଥିରେ ମଡେଲ୍‌, ବର୍ଷ, କଲର, RTO, ରେଜିଷ୍ଟ୍ରେସନ୍‌ ନମ୍ବର ଏବଂ ସେଲ୍‌ସ ଜନିତ ସୂଚନା ଯଥା ଇନ୍‌ଭଏସ୍‌ ,ୱାରେଣ୍ଟି, ଡିଲର ନାମ ଏବଂ କ୍ରୟ ବର୍ଷ ପ୍ରଭୃତି ଅନ୍ତର୍ଭୁକ୍ତ ଅଟେ ।
  • ଆପଣଙ୍କ ଦ୍ୱାରା ଆମର ୱେବ୍‌ସାଇଟ୍‌ ବ୍ୟବହାର ବିଷୟରେ ସୂଚନା
  • ଡିଭାଇସ୍‌ରେ ହୋଇଥିବା କାର୍ଯ୍ୟକଳାପ ଜନିତ ସୁଚନା ଯେପରିକି କ୍ୟାଚେସ୍‌, ସିଷ୍ଟମ୍‌ ଆକ୍‌ଟିଭିଟି, ହାର୍ଡୱେୟାର୍‌ ସେଟିଙ୍ଗ୍‌, ବ୍ରୋଜର୍‌ ପ୍ରକାର, ବ୍ରୋଜର ଭାଷା, ଆପଣଙ୍କ ପରିଦର୍ଶନର ତାରିଖ ଏବଂ ସମୟ, ପ୍ରତି ପେଜ୍‌ରେ ବିତାଇଥିବା ସମୟ, ଅନ୍ୟ ହିସାବ ଏବଂ ରେଫରାଲ URL ।

ଆପଣଙ୍କ ସଂପର୍କୀୟ, ବନ୍ଧୁ କିମ୍ବା ଅନ୍ୟ କୌଣସି ଥାର୍ଡ୍‌ ପାର୍ଟିଙ୍କ ବିଷୟରେ ଆପଣ ବ୍ୟକ୍ତିଗତ ତଥ୍ୟ ଦେଇଥିବା ସ୍ଥଳରେ ଆମେ ଧରିନେବୁ ଯେ ଏହି ଗୋପନୀୟ ନୀତି ରେ ଧାର୍ଯ୍ୟ କରାଯାଇଥିବା ଉଦ୍ଦେଶ୍ୟ/ବ୍ୟବହାର ପାଇଁ ସେଭଳି ସଂପରକୀୟ, ବନ୍ଧୁ କିମ୍ବା ଅନ୍ୟ କୌଣସି ଥାର୍ଡ୍‌ ପାର୍ଟିଙ୍କ ବ୍ୟକ୍ତିଗତ ତଥ୍ୟ ଆମକୁ ଦେବାକୁ ଆପଣ ସେମାନଙ୍କର ଉପଯୁକ୍ତ ସମ୍ମତି ନେଇଥିବାର ସୁନିଶ୍ଚିତ କରୁଛନ୍ତି ଏବଂ ୱାରେଣ୍ଟି ଦେଉଛନ୍ତି ।

ଆମର ଗୋପନୀୟ ନୀତି ର ନିୟମ ଏବଂ ସର୍ତ୍ତାବଳୀ ଯଦି ଆପଣ ମାନିବା ପାଇଁ ରାଜି ହୁଅନ୍ତି ଏବଂ ଗୋପନୀୟ ନୀତି ଅନୁସାରେ ଆପଣ ପ୍ରଦାନ କରିଥିବା ବ୍ୟକ୍ତିଗତ ତଥ୍ୟ ଟାଟା ମୋଟର୍‌ସ୍‌ ଲିମିଟେଡ୍‌ ବ୍ୟବହାର କରିବା ପାଇଁ ସ୍ୱଚ୍ଛାକୃତ ଭାବରେ ସମ୍ମତି ଦିଅନ୍ତି ଏବଂ ଅଧିକାର ପ୍ରଦାନ କରନ୍ତି, ତେବେ ହିଁ ଆପଣ ଏହି ୱେବ୍‌ସାଇଟ୍‌ ପ୍ରବିଷ୍ଟ କରିପାରିବେ । ଆପଣ ଯଦି ଆମର ଗୋପନୀୟ ନୀତି ର ନିୟମ ଏବଂ ସର୍ତ୍ତାବଳୀରେ ରାଜି ନ ହୁଅନ୍ତି କିମ୍ୱା କୌଣସି କାରଣରୁ ୱେବ୍‌ସାଇଟ୍‌ ଏବଂ/କିମ୍ୱା ଏହାର କୌଣସି ବିଷୟବସ୍ତୁ ପ୍ରତି ଆପଣ ଅସନ୍ତୁଷ୍ଟ ହୁଅନ୍ତି, ତେବେ ଆମର ୱେବ୍‌ସାଇଟ୍‌ ଆଉ ପ୍ରବିଷ୍ଟ କରିବା ପାଇଁ ଆପଣଙ୍କୁ ନିଷିଦ୍ଧ କରା ହେବ ।

ଗୋଷ୍ଠିଗତ ଆଲୋଚନା ବୋର୍ଡ

ଅନ୍‌ ଲାଇନ୍‌ ଗୋଷ୍ଠିଗତ ଆଲୋଚନା ବୋର୍ଡ, ବ୍ଲୋଗ୍‌ ଏବଂ ଅନ୍ୟ ପ୍ରକ୍ରିୟା ମାଧ୍ୟମରେ ବ୍ୟବହାରକାରୀ ମାନେ ନିଜ ନିଜ ଭିତରେ ଯୋଗାଯୋଗ କରିଥାନ୍ତି । ସେଭଳି ଆଲୋଚନା ବୋର୍ଡରେ ପୋଷ୍ଟ୍‌ କରାଯଉଥିବା ବିଷୟବସ୍ତୁକୁ ଆମେ କମ୍‌ କରୁନାହିଁ କିମ୍ୱା ନିରିକ୍ଷଣ କରୁନାହିଁ । ଯଦି ଆପଣ ସେହି ଆଲୋଚନା ବୋର୍ଡରେ ପୋଷ୍ଟ କରିବାକୁ ଚାହାଁନ୍ତି, ତେବେ ବ୍ୟକ୍ତିଗତ ତଥ୍ୟ ଦେବାବେଳେ ଆପଣ ଯତ୍ନଶୀଳ ହେବା ଉଚିତ, ଯେହେତୁ ଏଭଳି ସୂଚନା ଆମର ଗୋପନୀୟ ପଲିସି ଦ୍ୱାରା ସୁରକ୍ଷିତ ନୁହେଁ, କିମ୍ୱା ଆମେ ସେଥିପାଇଁ ଉତ୍ତରଦାୟୀ ନୁହେଁ । ଆଉ ମଧ୍ୟ ଆମର ୱେବ୍‌ସାଇଟ୍‌ରେ ପୋଷ୍ଟ କରିଥିବା ଆପଣଙ୍କ ବ୍ୟକ୍ତିଗତ ବିବରଣ ଇଣ୍ଟରନେଟ୍‌ ମାଧ୍ୟମରେ ବିଶ୍ୱସାରା ପ୍ରକାଶନ ପାଇଁ ଉପଲବ୍‌ଧ ହୋଇପାରେ । ଅନ୍ୟମାନଙ୍କ ଦ୍ୱାରା ଏଭଳି ସୂଚନା ର ବ୍ୟବହାର କିମ୍ୱା ଅପବ୍ୟବହାର ଉପରେ ଆମେ କୋଣସି ପ୍ରତିବନ୍ଧ ଲଗାଇ ପାରିବୁ ନାହିଁ ।

TML ୱେବ୍‌ସାଇଟ୍‌ରେ ଅନ୍ୟ ୱେବସାଇଟ୍‌ ପାଇଁ ଲିଙ୍କ୍‌ ଥାଇପାରେ । ସେହି ୱେବ୍‌ସାଇଟ୍‌ ଗୁଡିକର ବିଷୟବସ୍ତୁ କିମ୍ୱା ଗୋପନୀୟ ପଲିସି ପାଇଁ TML ଦାୟୀ ରହିବ ନାହିଁ ଯଦି :

  • ଆପଣ ଆମ ୱେବ୍‌ସାଇଟ୍‌ ରୁ ଲିଙ୍କ୍‌ ବ୍ୟବହାର କରି ଥାର୍ଡ୍‌ ପାର୍ଟି ୱେବ୍‌ସାଇଟ୍‌ ପ୍ରବିଷ୍ଟ କରିଛନ୍ତି; କିମ୍ବା
  • ଥାର୍ଡ୍‌ ପାର୍ଟି ୱେବ୍‌ସାଇଟ୍‌ ରୁ ଆପଣ ଆମ ୱେବ୍‌ସାଇଟ୍‌ କୁ ଲିଙ୍କ୍‌ କରିଛନ୍ତି

ଆମେ ଆପଣଙ୍କର ବ୍ୟକ୍ତିଗତ ଡାଟା କିପରି ବ୍ୟବହାର କରୁ

ଆମେ ଆପଣଙ୍କର ବ୍ୟକ୍ତିଗତ ଡାଟା ବ୍ୟବହାର କରିପାରିବୁ ଯଦି କେବଳ ବ୍ୟବହାର କରିବାର କୌଣସି ଉପଯୁକ୍ତ କାରଣ ଥିବ । ନିମ୍ନଲିଖିତ କାରଣ ଗୁଡିକରୁ କୌଣସି ଏକ କିମ୍ୱା ଏକାଧିକ କାରଣ ପାଇଁ ଆମେ ଆପଣଙ୍କର ଡାଟା ବ୍ୟବହାର କରିପାରିବୁ:

  • ଆପଣଙ୍କ ସହିତ ହୋଇଥିବା ରାଜିନାମା ପୁରଣ କରିବାପାଇଁ କିମ୍ୱା
  • ଯଦି କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ଆପଣଙ୍କ ଡାଟା ବ୍ୟବହାର କରିବା ଆମର ଆଇନଗତ କର୍ତ୍ତବ୍ୟ ହୋଇଥାଏ, କିମ୍ବା
  • ଏହା ବ୍ୟବହାର କରିବା ପାଇଁ ଆପଣ ସମ୍ମତି ଦେଇଥିବେ, କିମ୍ୱା
  • ଯେତେବେଳେ ଏହା ଆମର ବୈଧତାପୂର୍ଣ୍ଣ ସ୍ୱାସ୍ଥ୍ୟ ଯେ ଆପଣଙ୍କର ବ୍ୟକ୍ତିଗତ ଡାଟା ବ୍ୟବହାର କରିବା ଆମର ବ୍ୟବସାୟିକ କିମ୍ୱା ବାଣିଜ୍ୟିକ କାରଣ ରହିଛି, କିନ୍ତୁ ଏପରି କଲାବେଳେ ମଧ୍ୟ ଆପଣଙ୍କ ପାଇଁ କଣ ଉତ୍ତମ ତା ଉପରେ ଅଧିକ ପ୍ରାଧାନ୍ୟ ଦେବୁ ଏବଂ ଅଯୁକ୍ତିକର ଭାବରେ ଆମର ବୈଧତାପୁର୍ଣ୍ଣ ସ୍ୱାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦେବୁ ନାହିଁ ।

ଆମର ବ୍ୟବହାର ସମୟରେ, ସେହି ସମ୍ବନ୍ଧରେ ଗୋପନୀୟତା ନୋଟିସ୍‌ ଦେଇ ସାରିଲା ପରେ ହିଁ ଆପଣଙ୍କ ବ୍ୟକ୍ତିଗତ ସୁଚନା ଆମେ ବ୍ୟବହାର କରିପାରିବୁ । ଆମର ସାଧାରଣ ବ୍ୟବସାୟିକ ବ୍ୟବହାର ପାଇଁ ଆମକୁ ପ୍ରଦାନ କରାଯାଇଥିବା ସୂଚନା TML ବ୍ୟବହାର କରିଥାଏ । ସେଥିରେ ନିମ୍ନଲିଖିତ ଉଦ୍ଦେଶ୍ୟ ଅନ୍ତର୍ଭୁକ୍ତ ହୋଇପାରେ :

  • ଆମର ଅନୁରୋଧ ପ୍ରତି ଆପଣଙ୍କର ପ୍ରତିକ୍ରିୟା;
  • ଆପଣଙ୍କୁ ସେବା ପ୍ରଦାନ ପାଇଁ, ଯେଉଁଥିରେ ଉପଭୋକ୍ତା ସେବା ଅନ୍ତର୍ଭୁକ୍ତ
  • ଆମେ କିମ୍ୱା ଆମର ସହଯୋଗୀ ବର୍ତ୍ତମାନରେ ଅଫର କରୁଥିବା ସେବା, ନୂଆ ସେବା କିମ୍ୱା ଆମେ ପ୍ରସ୍ତୁତ କରିଥିବା ପ୍ରୋତ୍ସାହନମୂଳକ ସ୍କିମ୍‌ ଏବଂ ସୁଯୋଗ, ଯାହାକି ଆପଣଙ୍କୁ ଉପଲବ୍‌ଧ ହୋଇପାରେ, ସେ ବିଷୟରେ ଯୋଗାଯୋଗ କରିବା ପାଇଁ
  • ଏକ ନୂଆ ବିଶେଷତା କିମ୍ୱା ଆମର ସେବା ବିସ୍ତାର ବିଷୟରେ ଆପଣଙ୍କୁ ସତର୍କ କରିବା
  • ଆପଣ ଅନୁସନ୍ଧାନ କରିଥିବା ଚାକିରୀ କିମ୍ବା ପେଶାଗତ ସୁଯୋଗ ବିଷୟରେ ଆପଣଙ୍କ ସହିତ ଯୋଗାଯୋଗ କରିବା
  • ଏହା ନିଶ୍ଚିତ କରିବା ଯେ ଆମର ସାଇଟ୍‌ ଏବଂ ସେବା ଆପଣଙ୍କ ପାଇଁ ସଫଳତାର ସହିତ କାର୍ଯ୍ୟ କରୁଛି
  • ଆମର ବିଜ୍ଞାପନ ଏବଂ ଅନ୍ୟ ଅଫର୍‌ ଗୁଡିକର ପ୍ରଭାବଶୀଳତା ବୁଝିବା କିମ୍ବା ମାପ କରିବା
  • ୱେବ୍‌ସାଇଟ୍‌, ନିୟମ ଏବଂ ସର୍ତ୍ତାବଳୀରେ କୌଣସି ପ୍ରକାର ପରିବର୍ତ୍ତନ, ବ୍ୟବହାରକାରୀ ରାଜିନାମା, ଏବଂ ନୀତି ଏବଂ/କିମ୍ୱା ପ୍ରଶାସନଗତ ସୁଚନା ସଂପର୍କରେ ଆପଣଙ୍କୁ ଗୁରୁତ୍ୱପୁର୍ଣ୍ଣ ସୂଚନା ପଠାଇବା ପାଇଁ ।
  • ମାର୍କେଟିଙ୍ଗ୍‌ ଏବଂ ଘଟଣାକ୍ରମ: ମାର୍କେଟିଙ୍ଗ୍‌ ଡେଲିଭର କରିବା ପାଇଁ ଏବଂ କୌଣସି ଘଟଣାକ୍ରମ ବିଷୟରେ ଆପଣଙ୍କୁ ଇ-ମେଲ୍‌,ଟେଲିଫୋନ୍‌, ଟେକ୍ସଟ୍‌ ମେସେଜ୍‌, ପ୍ରତ୍ୟେକ୍ଷ ମେଲ୍‌ ଏବଂ ଅନ୍‌ଲାଇନ୍‌ ଭଳି ବିଭିନ୍ନ ମାଧ୍ୟମରେ ଯୋଗାଯୋଗ କରିବା ପାଇଁ ଆମେ ଆପଣଙ୍କର ବ୍ୟକ୍ତିଗତ ଡାଟା ବ୍ୟବହାର କରିଥାଉ । ଯଦି ଆମେ ଆପଣଙ୍କୁ କୌଣସି ମାର୍କେଟିଙ୍ଗ୍‌ ଇମେଲ୍‌ ପଠାଉ, ଭବିଷ୍ୟତରେ ଏହା ଆଉ ପ୍ରାପ୍ତ ନ କରିବା ପାଇଁ ଆପଣ କଣ କରିବେ, ସେଥିପାଇଁ ନିର୍ଦ୍ଦେଶାବଳୀ ଦିଆଯାଇଥାଏ । ଆପଣଙ୍କ ସୂଚନା ଏବଂ ମାର୍କେଟିଙ୍ଗ୍‌ ପସନ୍ଦ ପରିଚାଳନା କରିବା ପାଇଁ ଆମେ ଆପଣଙ୍କ ପାଇଁ ଇମେଲ୍‌ ପସନ୍ଦ କେନ୍ଦ୍ର ପ୍ରସ୍ତୁତ କରି ରଖିଥାଉ । ଦୟାକରି ମନେ ରଖନ୍ତୁ ଯେ ଯଦିଓ ମାର୍କେଟିଙ୍ଗ୍‌ ଇମେଲ୍‌ ପ୍ରାପ୍ତ କରିବାରୁ ଆପଣ ନିଜକୁ ବଞ୍ଚିତ ରଖନ୍ତି, ତେବେ ବି ମଧ୍ୟ ଆମେ ଆପଣଙ୍କ ଆକାଉଣ୍ଟ୍‌ ଏବଂ ସବସ୍କ୍ରିସନ୍‌ ଜନିତ ଗୁରୁତ୍ୱପୂର୍ଣ୍ଣ ସେବା ସଂପର୍କିତ ସୂଚନା ପଠାଇବୁ ।
  • ସମ୍ଭାବିତ ଅବମାନନା, କିମ୍ୱା ଅଧିକାର, ସଂପତ୍ତିର ପ୍ରତିରକ୍ଷା କିମ୍ୱା TML ଏବଂ ଆମ ୱେବ୍‌ସାଇଟ୍‌ ବ୍ୟବହାର କାରୀଙ୍କ ନିରାପଦତା ଅନୁସନ୍ଧାନ କରିବାକୁ ।
  • ଆଇନଗତ ଉତ୍ତର ଦାୟିତ୍ୱ : ଏକ ଅପରାଧ ସଂପର୍କିତ ନିବାରଣ, ଅଟକ କିମ୍ବା ଅନୁସନ୍ଧାନ; କ୍ଷତି ନିବାରଣ କିମ୍ବା ଜାଲିଆତି କାର୍ଯ୍ୟ ଭଳି ଆଇନଗତ ଏବଂ ଅନୁପାଳନ କାରଣରୁ ଆମେ ଆପଣଙ୍କର ବ୍ୟକ୍ତିଗତ ସୁଚନା ବ୍ୟବହାର ଏବଂ ରକ୍ଷଣ ଆବଶ୍ୟକ ହୋଇପାରେ । ଆମର ଆଭ୍ୟନ୍ତରୀୟ ଏବଂ ବାହ୍ୟ ଅଡିଟ୍‌ ଆବଶ୍ୟକତା ପୁରଣ ପାଇଁ, ସୁରକ୍ଷା ଉଦ୍ଦେଶ୍ୟରେ ସୂଚନା ଆବଶ୍ୟକ ହେଉଥିଲେ ଏବଂ ଯଦି ଆମେ ଆବଶ୍ୟକ ଅନୁଭବ କରୁ କିମ୍ବା ଯୁକ୍ତିଯୁକ୍ତ ଆବଶ୍ୟକ ହୋଇଥାଏ, ଆମେ ମଧ୍ୟ ଆପଣଙ୍କର ବ୍ୟକ୍ତିଗତ ସୂଚନା ବ୍ୟବହାର କରିପାରୁ ।
  • ଲାଗୁଥିବା ଆଇନ ଅନୁସାରେ, ଯେଉଁଥିରେ ଆପଣ ବାସ କରୁଥିବା ଦେଶ ବାହାରେ ଲାଗୁଥିବା ଆଇନ ମଧ୍ୟ ଅନ୍ତର୍ଭୁକ୍ତ ଅଟେ ।
  • କୋର୍ଟ, ଆଇନ ବଳବତ୍ତର କରୁଥିବା ସଂସ୍ଥା, ନିୟନ୍ତ୍ରଣକାରୀ ସଂସ୍ଥା ଏବଂ ଅନ୍ୟ ସାର୍ବଜନିକ ଏବଂ ସରକାରୀ କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ, ଯେଉଁଥିରେ ଆପଣ ବାସ କରୁଥିବା ଦେଶ ବାହାରେ ଥିବା କର୍ତ୍ତୃପକ୍ଷ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ ।

ଆମେ କେବଳ ଏଭଳି ସୂଚନା ସଂଗ୍ରହ କରିବାରେ ପ୍ରଚେଷ୍ଟା କରିଥାଉ ଯାହାକି ଆପଣଙ୍କ ଅନୁସନ୍ଧାନର ଉତ୍ତର ଦେବା ପାଇଁ କିମ୍ବା ଆପଣଙ୍କୁ ସେବା ପ୍ରଦାନ ପାଇଁ ଯୁକ୍ତିଯୁକ୍ତ ଭାବରେ ଆବଶ୍ୟକ ହୋଇଥାଏ । ଏହା ସୁନିଶ୍ଚିତ କରିବା ଆପଣଙ୍କ ଦାୟିତ୍ୱ ଯେ ଆପଣ ପ୍ରଦାନ କରିଥିବା ସୂଚନା ସଠିକ୍‌, ସଂପୁର୍ଣ୍ଣ ଏବଂ ସଦ୍ୟ ସଂଶୋଧିତ ହୋଇଛି ।

ଆମର ୱେବସାଇଟ୍‌, ମୋବାଇଲ୍‌ ଆପ୍ଲିକେସନ କିମ୍ୱା ଅନ୍ୟ କୌଣସି ମାଧ୍ୟମରେ ଆପଣ ଆପଣଙ୍କର ବ୍ୟକ୍ତିଗତ ବିବରଣ ଦେବା ଦ୍ୱାରା ଆମେ ଧରିନେବୁ ଯେ ଆପଣ TML କିମ୍ୱା ଏହାର କୌଣସି ସହଯୋଗୀ/ଅନୁବନ୍ଧିତ ସଂସ୍ଥାଙ୍କ ଠାରୁ ଇମେଲ୍‌, ଏସ୍‌ଏମ୍‌ଏସ୍‌, ଫୋନ୍‌ କଲ୍‌ ଏବଂ‌/କିମ୍ୱା ୱାଟ୍‌ସପ୍‌ ମାଧ୍ୟମରେ ଯୋଗାଯୋଗ ପ୍ରାପ୍ତ କରିବା ପାଇଁ ରାଜି ଅଛନ୍ତି ।

TML ଙ୍କ ସ୍ୱ-ସ୍ୱଧୀନତା ବଳରେ ଏହି ଅଧିକାର ତାଙ୍କ ପାଖରେ ସୁରକ୍ଷିତ ରହିଛି ଯେ TML ୱେବସାଇଟ୍‌ ର କୌଣସି ଅଂଶ କିମ୍ୱା ସଂପୁର୍ଣ୍ଣ ୱେବସାଇଟ୍‌ ଏବଂ ସଂପର୍କିତ ସେବା କିମ୍ୱା ଏହାର କିଛି ଅଂଶ ପାଇଁ ଆପଣଙ୍କ ପ୍ରବିଷ୍ଟତା ଯେକୌଣସି ସମୟରେ ବିନା ନୋଟିସ୍‌ରେ ନିଷିଦ୍ଧ କରିପାରିବେ ।

ଆମେ କେତେବେଳେ ଆପଣଙ୍କ ଡାଟା ଅଂଶୀଦାର କରିଥାଉ

TML ଆପଣଙ୍କ ବ୍ୟକ୍ତିଗତ ଡାଟା ଅଂଶୀଦାର କିମ୍ୱା ଖଲାସ କରିଥାଏ, ଯେତେବେଳେ ସର୍ଭିସ୍‌ ପ୍ରଦାନ କରିବା ପାଇଁ କିମ୍ୱା ଆମର ବିଜ୍‌ନେସ୍‌ ଅପରେସନ ପରିଚାଳନ କରିବା ପାଇଁ ଆବଶ୍ୟକ ହୋଇଥାଏ । ଯଦି TML ଆପଣଙ୍କ ବ୍ୟକ୍ତିଗତ ଡାଟା ବାହାରକୁ ପଠାଇବା ପାଇଁ ଉଦ୍ଦେଶ୍ୟ ରଖେ, TML ଏହା ନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବେ ଯେ ଆପଣଙ୍କ ଗୋପନୀୟତା ଅଧିକାର ପ୍ରତିରକ୍ଷା ହେବା ବଜାୟ ରହିବ ଏବଂ ନିଶ୍ଚିତ କରିବେ ଯେ ସୁରକ୍ଷିତ ରଖିବା ପାଇଁ ଯଥେଷ୍ଟ ପ୍ରର୍ତିକାରମୂଳକ ପଦକ୍ଷେପ ନିଆହୋଇଛି । ଆପଣଙ୍କ ବିଷୟରେ କୌଣସି ବିଶେଷ ପ୍ରକାର ବ୍ୟକ୍ତିଗତ ଡାଟା ଆମେ ସଂଗ୍ରହ କରୁନାହିଁ (ଏଥିରେ ଆପଣଙ୍କ ବିଶେଷ ଗୋଷ୍ଠି କିମ୍ୱା ପ୍ରଜାତି, ଧର୍ମ କିମ୍ୱା ଦର୍ଶନବାଦୀ ବିଶ୍ୱାସ, ଯୌନିକ ଜୀବନ, ଜୌନିକ ପସନ୍ଦ, ରାଜନୈତୀକ ମତାମତ, ବାଣିଜ୍ୟ ସଂଘ ସଦସ୍ୟତା, ସ୍ୱାସ୍ଥ୍ୟ, ଗେନେଟିକ୍‌ ଏବଂ ବାଇଓମେଟ୍ରିକ୍‌ ଡାଟା ସଂପର୍କିତ ବିବରଣ ଅନ୍ତର୍ଭୁକ୍ତ ଅଟେ) । ଆମେ ମଧ୍ୟ ଅପରାଧ ଦଣ୍ଡାଦେଶ ଏବଂ ଅପରାଧ ବିଷୟରେ କୌଣସି ସୂଚନା ସଂଗ୍ରହ କରୁନାହିଁ ।

TML, ଆପଣଙ୍କ ସମ୍ମତି ସହିତ, ଆପଣଙ୍କ ବିଷୟରେ ସୂଚନା TML ର ଅଣ-ସହଯୋଗୀ ଥାର୍ଡପାର୍ଟି କଷ୍ଟୁମର୍‌ଙ୍କୁ ଖଲାସ କରିପାରୁ ଯଦି ଏହି ୱେବସାଇଟ୍‌ରେ ବିଜ୍ଞାପନ ଆସିଥିବା ଷ୍ଟାଫିଙ୍ଗ୍‌ ସୁଯୋଗ ପାଇଁ କିମ୍ବା ଆମର କୌଣସି ସହଯୋଗୀଙ୍କ ୱେବସାଇଟ୍‌ରେ କୌଣସି ସୁଯୋଗ ପାଇଁ ଆପଣଙ୍କ ଦରଖାସ୍ତ ସଂପର୍କିତ ହୋଇଥିବ । ଉଦାହରଣ ସ୍ୱରୁପ -

  1. TML ଭିତରେ: ବିଶ୍ୱସାରା ଆମର ବ୍ୟବସାୟ ବିଭିନ୍ନ ପ୍ରକାର TML ଟିମ୍‌ ଏବଂ କାର୍ଯ୍ୟକାରିତା ଦ୍ୱାରା ସମର୍ଥିତ ଏବଂ ବ୍ୟକ୍ତିଗତ ସୂଚନା ସେମାନଙ୍କୁ ଉପଲବ୍‌ଧ କରାହେବ ଯଦି ଏହା ସେବାର ପ୍ରାବଧାନ, ଆକାଉଣ୍ଟ ପ୍ରଶାସନ, ସେଲ୍‌ସ୍‌ ଏବଂ ମାର୍କେଟିଙ୍ଗ୍‌, କଷ୍ଟୁମର ଏବଂ ଟେକନିକାଲ୍‌ ସପୋର୍ଟ ଏବଂ ବିଜ୍‌ନେସ୍‌ ଏବଂ ପ୍ରଡକ୍ଟ୍‌ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବ । ଆମର ସମସ୍ତ କର୍ମଚାରୀ ଏବଂ କଣ୍ଟ୍ରାକଟର୍‌ ବ୍ୟକ୍ତିଗତ ଡାଟା ହ୍ୟାଣ୍ଡେଲ୍‌ କଲାବେଳେ ଆମର ଡାଟା ପ୍ରତିରକ୍ଷା ଏବଂ ସୁରକ୍ଷା ପଲିସି ଅନୁସରଣ କରିବା ଆବଶ୍ୟକ ।
  2. ଅନୁବନ୍ଧିତ ସଂସ୍ଥା: ଆମର ମୂଳ କଂପାନୀ, ଆମ ଅଧୀନ ସହାୟକ କଂପାନୀ, ଯୂଗ୍ମ ଉଦ୍ୟୋଗ,ଗୃପ୍‌ ଏବଂ ସହଯୋଗୀ କଂପାନୀ । ଏହି ସଂସ୍ଥା ଗୁଡିକ ଉପରୋକ୍ତରେ ଉଲ୍ଲେଖ ହୋଇଥିବା ଉଦ୍ଦେଶ୍ୟ ପାଇଁ ଏହି ସୂଚନା ବ୍ୟବହାର କରିପାରିବେ ।
  3. ଡିଲର: ଆମର ଅନୁମତିପ୍ରାପ୍ତ ଡିଲର୍‌, ଯେକି ସ୍ୱାଧୀନ ଭାବରେ ମାଲିକାନା ପ୍ରାପ୍ତ ଏବଂ ପରିଚାଳିତ । ଏମାନେ ମଧ୍ୟ ସେମାନଙ୍କ ଦୈନଦିନ ବ୍ୟବସାୟୀକ ଉଦ୍ଦେଶ୍ୟ, ଯଥା ମାର୍କେ‌ଟିଙ୍ଗ୍‌, ଗ୍ରାହକ ସେବା, ଗ୍ରାହକ ଉଦ୍ଦେଶ୍ୟ ସାଧନ ଏବଂ ସେହି ସଂପର୍କିତ ଉଦ୍ଦେଶ୍ୟ ପାଇଁ ଏହି ସୂଚନା ବ୍ୟବହାର କରିପାରିବେ ।
  4. ଡିଷ୍ଟ୍ରିବ୍ୟୁଟର: ଆମର ଅନୁମତିପ୍ରାପ୍ତ ଡିଷ୍ଟ୍ରିବ୍ୟୁଟର ଯେକି ସ୍ୱାଧୀନ ଭାବରେ ମାଲିକାନା ପ୍ରାପ୍ତ ଏବଂ ପରିଚାଳିତ- ଏମାନେ ମଧ୍ୟ ସେମାନଙ୍କ ଦୈନଦିନ ବ୍ୟବସାୟୀକ ଉଦ୍ଦେଶ୍ୟ, ଯଥା ମାର୍କେ‌ଟିଙ୍ଗ୍‌, ଗ୍ରାହକ ସେବା, ଗ୍ରାହକ ଉଦ୍ଦେଶ୍ୟ ସାଧନ ଏବଂ ସେହି ସଂପର୍କିତ ଉଦ୍ଦେଶ୍ୟ ପାଇଁ ଏହି ସୂଚନା ବ୍ୟବହାର କରିପାରିବେ ।
  5. ଆମର ବିଜ୍‌ନେସ୍‌ ପାର୍ଟର୍ଣ୍ଣର: ଆମେ ବେଳେବେଳେ ଅନ୍ୟ ସଂଗଠନର ମିଳିତ ସହଯୋଗରେ ମିଳିତ-ବ୍ରାଣ୍ଡ୍‌ ସେବା ଡେଲିଭର କରିଥାଉ, ବିଷୟବସ୍ତୁ ପ୍ରଦାନ କରିଥାଉ କିମ୍ୱା ଇଭେଣ୍ଟ, କନ୍‌ଫରେନ୍‌ସ୍‌ ଏବଂ ସେମିନାର୍‌ ହୋଷ୍ଟ କରିଥାଉ । ଏହି ବନ୍ଦୋବସ୍ତ ର ଅଂଶ ବିଶେଷ ଭାବରେ ଆପଣ ହୁଏତ TML ଏବଂ ଆମର ପାର୍ଟର୍ଣ୍ଣରଙ୍କର କଷ୍ଟୁମର ହୋଇପାରିଥାନ୍ତି ଏବଂ ଆମର ପାର୍ଟର୍ଣ୍ଣର ଏବଂ ଆମେ ଆପଣଙ୍କ ବିଷୟରେ ସୁଚନା ସଂଗ୍ରହ କରିପାରୁ ଏବଂ ଅଂଶୀଦାର କରିପାରୁ । ଗୋପନୀୟତା ନୋଟିସ୍‌ ଅନୁସାରେ TML ଆପଣଙ୍କର ବ୍ୟକ୍ତିଗତ ଡାଟା ହ୍ୟାଣ୍ଡେଲ୍‌ କରିବେ ।
  6. ଆମର ଥାର୍ଡ -ପାର୍ଟି ସେବା ପ୍ରଦାରକ: କୌଣସି ଆବଶ୍ୟକ ସେବା ପାଇଁ ଆମେ ସାରା ଦୁନିଆଁର ସେବା ପ୍ରଦାରକଙ୍କ ସହିତ ମିଳିତ ସହଯୋଗ କରିଥାଉ । ଏହି ପାର୍ଟି ଗୁଡିକୁ ବ୍ୟକ୍ତିଗତ ଡାଟା ଉପଲବ୍‌ଧ କରାଯାଇ ପାରେ ଯଦି କେବଳ ସୋଫ୍‌ଟ ୱେୟାର୍‌, ସିଷ୍ଟମ ଏବଂ ପ୍ଲାଟଫର୍ମ ସପୋର୍ଟ; ଡିରେକ୍‌ଟ୍‌ ମାର୍କେଟିଙ୍ଗ୍‌ ସେବା; ଚ୍ଲାଉଡ୍‌ ହୋଷ୍ଟିଙ୍ଗ୍‌ ସେବା; ବିଜ୍ଞାପନ, ଅର୍ଡର ପୁରଣ ଏବଂ ଡେଲିଭରୀ ପ୍ରଭୃତି ସେମାନେ ଆମକୁ ପ୍ରଦାନ କରୁଥିବା ସେବା ପାଇଁ ଆବଶ୍ୟକ ହେଉଥାଏ । ଆମର ଥାର୍ଡ୍‌-ପାର୍ଟି ସେବା ପ୍ରଦାରକମାନେ ଆମକୁ ପ୍ରଦାନ କରୁଥିବା ସେବା ସଂପର୍କିତ ବ୍ୟତୀତ ଅନ୍ୟ କୌଣସି ବ୍ୟବହାର ପାଇଁ ଆମେ ଉପଲବ୍‌ଧ କରାଇଥିବା ବ୍ୟକ୍ତିଗତ ଡାଟା ଅଂଶୀଦାର କରିବା କିମ୍ୱା ବ୍ୟବହାର କରିବା ପାଇଁ ଅନୁମତି ପ୍ରାପ୍ତ ନୁହେଁ । ଆଉମଧ୍ୟ, ଯଦି ଥାର୍ଡ୍‌-ପାର୍ଟି ସେବା ପ୍ରଦାରକଙ୍କୁ ଆମେ ଆପଣଙ୍କ ବ୍ୟକ୍ତିଗତ ବିବତଣ ପ୍ରଣାଳୀଭୁକ୍ତ କରିବା ପାଇଁ ଦାୟିତ୍ୱ ନ୍ୟସ୍ତ କରିଥାଉ, ଆମେ ଏଭଳି ଥାର୍ଡ୍‌-ପାର୍ଟି ସେବା ପ୍ରଦାରକଙ୍କୁ ଚୟନ କରିଥାଉ, ଯେଉଁମାନେ କି ଉପଯୁକ୍ତ କିମ୍ୱା ଆବଶ୍ୟକ ଟେକ୍‌ନିକାଲ୍‌ ଏବଂ ଭୌତିକ ସୁରକ୍ଷା ପଦକ୍ଷେପ ବଜାୟ ରଖିପାରିବେ ଏବଂ ସେଭଳି ଥାର୍ଡ୍‌-ପାର୍ଟି ସେବା ପ୍ରଦାରକଙ୍କ ଉପରେ ଆମେ ନିରିକ୍ଷଣ ରଖିଥାଉ । ମାର୍କେଟିଙ୍ଗ୍‌ ଉଦ୍ଦେଶ୍ୟରେ ଆମେ କୌଣସି ଥାର୍ଡ୍‌-ପାର୍ଟିଙ୍କୁ ଆପଣଙ୍କ ବ୍ୟକ୍ତିଗତ ବିବରଣ ବିକ୍ରୟ କରୁନାହିଁ କିମ୍ୱା ଭଡାରେ ଦେଉନାହିଁ । ଅବଶ୍ୟ ତଥ୍ୟ ଏକତ୍ରିକରଣ ଉଦ୍ଦେଶ୍ୟରେ , ଆମେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରିପାରୁ, ଯାହାକି ଆମର ସ୍ୱ-ସ୍ୱାଧୀନତା ବଳରେ ଅନ୍ୟ ପାର୍ଟିଙ୍କୁ ବିକ୍ରୟ କରିପାରୁ । ଏଭଳି ତଥ୍ୟ ଏକତ୍ରିକରଣରେ ଆପଣଙ୍କ କୌଣସି ବ୍ୟକ୍ତିଗତ ତଥ୍ୟ ଅନ୍ତର୍ଭୁକ୍ତ ରହିବ ନାହିଁ । ଉପରୋକ୍ତ ତଥ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ବର୍ଣ୍ଣନା କରାଯାଇଥିବା ଅନୁସାରେ ଆମେ ଆପଣଙ୍କ କୌଣସି ପ୍ରକାର ବ୍ୟକ୍ତିଗତ ସୁଚନା ପ୍ରଦାନ କରିପାରୁ ଏବଂ "ବିଶେଷ ସାବଧାନତା । ଆବଶ୍ୟକ ବ୍ୟକ୍ତିଗତ ସୁଚନା" ପ୍ରକାର ସୁଚନା ଏଥିରେ ଅନ୍ତର୍ଭୁକ୍ତ ରହିବ ନାହିଁ, ଯେପରିକି ଆପଣଙ୍କ ପ୍ରଥମ ନାମ, ଶେଷ ନାମ, ଇମେଲ୍‌ ଠିକଣା, ଫୋନ୍‌ ନମ୍ବର୍‌, ଷ୍ଟ୍ରିଟ୍‌ ଠିକଣା, ସହର, ଦେଶ, ରାଜ୍ୟ ଅଞ୍ଚଳ, କୁକିଜ୍‌ ଏବଂ ଆମକୁ ସେବା ପ୍ରଦାନ କରିବା ପାଇଁ ଆମେ ନିଯୁକ୍ତ କରିଥିବା ଥାର୍ଡ୍‌-ପାର୍ଟି ସେବା ପ୍ରଦାରକଙ୍କୁ IP ଆଡ୍ରେସ୍‌ ଦେବୁ ଯେଉଁମାନେ କି ଆପଣଙ୍କ ବିନା ସମ୍ମତିରେ ଇମେଲ୍‌, ଇଣ୍ଟର୍‌ନେଟ, ତଥ୍ୟ ପରିଚାଲନା ସେବା ମାଧ୍ୟମରେ ସେବା ପ୍ରଦାନ କରିବେ । ଏହି ଥାର୍ଡ୍‌-ପାର୍ଟି ସେବା ପ୍ରଦାରକରେ ନିମ୍ନଲିଖିତ ଅନ୍ତର୍ଭୁକ୍ତ ହୋଇପାରନ୍ତି, କିନ୍ତୁ ଏଥିରେ ସିମୀତ ନୁହେଁ ଯେପରିକି: ପେମେଣ୍ଟ୍‌ ପ୍ରଣାଳୀଭୁକ୍ତ କରୁଥିବା ସଂସ୍ଥା, କଲ୍‌ ସେଣ୍ଟର୍‌, ତଥ୍ୟ ପରିଚାଳନା ସେବା ପ୍ରଦାରକ, ହେଲ୍‌ପ୍‌ ଡେସ୍କ ସେବା ପ୍ରଦାରକ, ଆକାଉଣ୍ଟାଣ୍ଟ୍‌, ଲ ଫାର୍ମ୍‌, ଅଡିଟର୍‌, ସପିଙ୍ଗ୍‌ କାର୍ଟ୍‌, ଇମେଲ୍‌ ସେବା ପ୍ରଦାରକ ଏବଂ ସିପିଙ୍ଗ୍‌ କଂପାନୀ । ଆପଣଙ୍କ ବ୍ୟକ୍ତିଗତ ତଥ୍ୟର ଟେକ୍‌ନିକାଲ୍‌ ଏବଂ ଭୌତିକ ସୁରକ୍ଷା ପ୍ରାବଧାନ ଅନୁସାରେ ସେଭଳି ଥାର୍ଡ୍‌-ପାର୍ଟି ସେବା ପ୍ରଦାରକଉପରେ ଆମେ ନିରିକ୍ଷଣ ବଜାୟ ରଖିବୁ- ଯେତେବେଳେ ଏଭଳି ଥାର୍ଡ୍‌-ପାର୍ଟି ସେବା ପ୍ରଦାରକଙ୍କୁ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଦେବାପାଇଁ ଆପଣ ମନାକରିବେ, ତେବେ ଆମେ ଆପଣଙ୍କ ସେଭଳି ବ୍ୟକ୍ତିଗତ ତଥ୍ୟ ଥାର୍ଡ୍‌-ପାର୍ଟି ସେବା ପ୍ରଦାରକଙ୍କୁ ପ୍ରଦାନ କରିବୁ ନାହିଁ ।ଯଦି ଥାର୍ଡ୍‌-ପାର୍ଟି ସେବା ପ୍ରଦାରକଙ୍କୁ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଦେବାକୁ ଆପଣ ମନା କରିବାକୁ ଚାହାଁନ୍ତି କିମ୍ୱା ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପର କପି ପ୍ରାପ୍ତ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କ ଅନୁରୋଧ dpr@tatamotors.com ରେ ଇମେଲ୍‌ କରନ୍ତୁ- ଆମେ ଯେତେବେଳେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ କୌଣସି ଥାର୍ଡ୍‌-ପାର୍ଟି ସେବା ପ୍ରଦାରକଙ୍କୁ ପ୍ରଦାନ କରୁ କିମ୍ୱା କୌଣସି ଥାର୍ଡ୍‌-ପାର୍ଟି ସେବା ପ୍ରଦାରକଙ୍କ ଠାରୁ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ବିଷୟରେ ସୂଚନା ପ୍ରାପ୍ତ କରୁ, ଆମେ ସେହି ପ୍ରାବଧାନ କିମ୍ୱା ଗ୍ରହଣ କରିବାକୁ ରେକର୍ଡ କରିଥାଉ- ଆଉମଧ୍ୟ, ଯେତେବେଳେ ଆମେ କୌଣସି ଥାର୍ଡ୍‌-ପାର୍ଟି ସେବା ପ୍ରଦାରକଙ୍କ ଠାରୁ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ବିଷୟରେ ସୂଚନା ପ୍ରାପ୍ତ କରୁ, ସେଭଳି ପ୍ରାପ୍ତ କରିବାର ପରିସ୍ଥିତି ମଧ୍ୟ ଚେକ୍‌ କରିଥାଉ ।
  7. ଆଇନଗତ କାରଣ ପାଇଁ ଥାର୍ଡ୍‌-ପାର୍ଟି: ଆମେ ବ୍ୟକ୍ତିଗତ ଡାଟା ଅଂଶୀଦାର କରିବୁ ଯଦି ଆମେ ବିଶ୍ୱାସ କରିବୁ ଯେ ଏହା ଆବଶ୍ୟକ, ଯେପରିକି :

    • ଆଇନଗତ ଉତ୍ତରଦାୟିତ୍ୱ ଅନୁପାଳନ କରିବା ପାଇଁ ଏବଂ ସରକାରୀ ସଂସ୍ଥା,ଆଇନ୍‌ ବଳବତ୍ତର ଏବଂ ଅନ୍ୟ ସାର୍ବଜନୀନ କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଇଥିବା ଅନୁରୋଧ ର ଉତ୍ତର ଦେବା ପାଇଁ, ଯେଉଁଥିରେ ଆପଣ ବାସ କରୁଥିବା ଦେଶ ବାହାରେ ସ୍ଥିତ କର୍ତ୍ତୃପକ୍ଷ ମଧ୍ୟ ଅନ୍ତର୍ଗତ ।
    • ମିଶ୍ରଣ, ସେଲ୍‌, ପୁନର୍ଗଠନ, ଅକ୍ତିଆର, ମିଳିତ ଉଦ୍ୟୋଗ, ନ୍ୟସ୍ତ, ମାଲିକାନା-ସ୍ଥାନାନ୍ତର କିମ୍ୱା ଆମର ବିଜ୍‌ନେସ୍‌, ଆସେଟ୍‌ କିମ୍ୱା ଷ୍ଟକ୍‌ ର କିଛି ଅଂଶ କିମ୍ୱା ସମୁଦାୟ ବିକ୍ରୟ କରିଦେବା କ୍ଷେତ୍ରରେ (ଦେବାଳିଆ କିମ୍ୱା ସେହିପରି କେସ୍‌ ମଧ୍ୟ ଏଥିରେ ଅନ୍ତର୍ଗତ)
    • ଆମର ଅଧିକାର, ୟୂଜର, ସିଷ୍ଟମ ଏବଂ ସର୍ଭିସ୍‌ ପ୍ରତିରକ୍ଷା କରିବା ପାଇଁ

କେଉଁଠାରେ ଆମେ ବ୍ୟକ୍ତିଗତ ଡାଟା ଗଚ୍ଛିତ ଏବଂ ପ୍ରଣାଳୀଭୁକ୍ତ କରୁ

TML ଏକ ବିଶ୍ୱ ସ୍ତରୀୟ ସଂସ୍ଥା ହିସାବରେ, ଏହା ସୁନିଶ୍ଚିତ କରିବା ପାଇଁ ଆମେ ପଦକ୍ଷେପ ନେଇଥାଉ ଯେ, ଡାଟା ସ୍ଥିତ ଥିବା ସ୍ଥାନରେ ଲାଗୁଥିବା ଗୋପନୀୟ ନୋଟିସ୍‌ ଏବଂ ଆଇନ୍‌ର ଆବଶ୍ୟକତା ଅନୁସାରେ ଆମେ ସଂଗ୍ରହ କରିଥିବା ସୂଚନାକୁ ପ୍ରଣାଳୀଭୁକ୍ତ କରିଛୁ । TML ର ନେଟୱାର୍କ୍‌, ଡାଟାବେସ୍‌, ସର୍ଭର୍‌, ସିଷ୍ଟମ୍‌, ସପୋର୍ଟ୍‌, ଏବଂ ହେଲପ୍‌ ଡେସ୍କ୍‌ ବିଶ୍ୱସାରା ଆମ ଅଫିସ୍‌ ଥିବା ସ୍ଥାନରେ ରହିଛି । ଆମର ବ୍ୟବସାୟ, କାର୍ଯ୍ୟବଳ, ଏବଂ କଷ୍ଟୁମରମାନଙ୍କର ଆବଶ୍ୟକତା ପୁରଣ କରିବା ପାଇଁ ସାରା ବିଶ୍ୱରେ ଥିବା ଆମର କ୍ଲାଉଡ୍‌ ହଷ୍ଟିଙ୍ଗ୍‌ ସର୍ଭିସ୍‌, ସପ୍ଲାୟର୍‌, ଏବଂ ଟେକ୍‌ନୋଲୋଜି ସପୋର୍ଟ୍‌ ଭଳି ଥାର୍ଡ୍‌ ପାର୍ଟି ସହ ମିଳିତ ଭାବରେ କାମ କରୁଛୁ । ଆମେ ପ୍ରଯୂଜ୍ୟ ଆଇନ୍‌ ଅନୁସାରେ ବ୍ୟକ୍ତିଗତ ଡାଟାର ପ୍ରଣାଳୀଭୁକ୍ତ, ସୁରକ୍ଷିତ ଏବଂ ସ୍ଥାନାନ୍ତରିତ ହେବା ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେଇଥାଉ ।

ଆପଣଙ୍କର ବ୍ୟକ୍ତିଗତ ଡାଟା କାହାକୁ ବିକ୍ରୟ କରେ ନାହିଁ କି ଭଡାରେ ଦିଏ ନାହିଁ । କେତେକ କ୍ଷେତ୍ରରେ ଯେପରିକି ଆପଣ ଅନୁରୋଧ କରୁଥିବା ପ୍ରଡକ୍ଟ କିମ୍ବା ସର୍ଭିସ୍‌ ପ୍ରଦାନ କରିବା ପାଇଁ, ଯଦି ଆବଶ୍ୟକତା ପଡେ ଆମେ TMLଭିତରେ କିମ୍ବା ଥାର୍ଡ୍‌ ପାର୍ଟିକୁ ଡାଟା ଖଲାସ କିମ୍ବା ସ୍ଥାନାନ୍ତରିତ କରିପାରୁ । ଅନ୍ୟ ଦେଶଗୁଡିକୁ ଆମେ ଆପଣଙ୍କ ବ୍ୟକ୍ତିଗତ ସୂଚନା ସ୍ଥାନାନ୍ତରିତ କରିବାବେଳେ, ସେହି ଦେଶରେ ଆପଣଙ୍କ ନିଜ ଦେଶ ଭଳି ସମାନ ସ୍ତରର ଡାଟା ଗୋପନୀୟତା ସୁରକ୍ଷା ହୁଏତ ନଥାଇପାରେ, ସେଭଳି କ୍ଷେତ୍ରରେ ଆମେ ଡାଟା ଗୋପନୀୟତା ସୁରକ୍ଷାର ଉପଯୁକ୍ତ ସ୍ତର ପ୍ରଦାନ କରିବାପାଇଁ ପଦକ୍ଷେପ ନେଇଥାଉ । ଉଦାହରଣ ସ୍ୱରୂପ : ଆମେ ସ୍ୱୀକୃତିପାପ୍ତ ରାଜିନାମା ଧାରା, ବହୁଦଳୀୟ ଡାଟା ସ୍ଥାନାନ୍ତରଣ ଚୁକ୍ତିନାମା, ଅନ୍ତଃ-ଗୃପ ରାଜିନାମା ଏବଂ ଅନ୍ୟ ପଦକ୍ଷେପ ଗୁଡିକ ବ୍ୟବହାର କରିଥାଉ, ଯାହାକି ଗ୍ରହଣକାରୀଙ୍କ ଆପଣଙ୍କ ବ୍ୟକ୍ତିଗତ ସୂଚନାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଡିଜାଇନ୍‍ କରାଯାଇଛି ।

ଆମେ କିପରି ବ୍ୟକ୍ତିଗତ ଡାଟା ସୁରକ୍ଷିତ କରୁ

ଆପଣଙ୍କ ବ୍ୟକ୍ତିଗତ ଡାଟାର ସୁରକ୍ଷା ପାଇଁ ଉପଯୁକ୍ତ ଟେକ୍‍ନୋଲୋଜି ଏବଂ ପ୍ରଣାଳୀ ବ୍ୟବହାର କରିଥାଏ । ଆମ ସୂଚନା ସୁରକ୍ଷା ପଲିସି ଏବଂ ପଦ୍ଧତି ବିସ୍ତୃତ ଭାବରେ ଗ୍ରହଣ କରାଯାଉଥିବା ଆନ୍ତର୍ଜାତୀୟ ମାନଦଣ୍ଡ ସହିତ ଅନୁକୁଳୀତ କରାଯାଇଛି ଏବଂ ନିୟମିତ ଭାବରେ ସମୀକ୍ଷା କରାଯାଇଛି ଏବଂ ଆମର ବ୍ୟବସାୟିକ ଆବଶ୍ୟକତା, ଟେକ୍‍ନୋଲୋଜିରେ ପରିବର୍ତ୍ତନ ଏବଂ ନିୟାମକ ଆବଶ୍ୟକତାକୁ ପୁରା କରିବା ପାଇଁ ଅଧୁନାତନ କରାଯାଇଛି ଉଦାହରଣ ସ୍ୱରୂପ :

  • ପଲିସି ଏବଂ ପଦ୍ଧତି: TML ଆପଣଙ୍କ ବ୍ୟକ୍ତିଗତ ଡାଟାକୁ ହାନି, ଦୁର୍ବ୍ୟବହାର, ପରିବର୍ତ୍ତନ କିମ୍ୱା ଉଦ୍ଦେଶ୍ୟହୀନ ନଷ୍ଟ ରକ୍ଷା କରିବା ପାଇଁ ଯୁକ୍ତିଯୁକ୍ତ ଟେକ୍‌ନୋଲୋଜିକାଲ, ଭୌତିକ ଏବଂ ପରିଚାଳନଗତ ସୁରକ୍ଷା ପ୍ରଣାଳୀ ନିୟୋଜନ କରିଥାଉ । ଆମର ସୁରକ୍ଷା ପଦକ୍ଷେପ ଗୁଡିକ ସମୟ ସମୟରେ ସମୀକ୍ଷା ଏବଂ ଅଧୁନାତନ କରି ଆପଣଙ୍କଠାରୁ ସଂଗ୍ରହ କରାଯାଇଥିବା ସମସ୍ତ ଡାଟାର ଉପଯୁକ୍ତ ସୁରକ୍ଷା ପ୍ରଦାନ କରିବାକୁ ପ୍ରଚେଷ୍ଟା କରିଥାଉ ।
  • ଆପଣଙ୍କ ବ୍ୟକ୍ତିଗତ ଡାଟାକୁ ପ୍ରବିଷ୍ଟ କରିବା ପାଇଁ ଆମେ ଉପଯୁକ୍ତ ପ୍ରତିବନ୍ଧକ ରଖିଥାଉ ।
  • ଆମେ ଡାଟାକୁ ସୁରକ୍ଷିତ ଭାବରେ ରକ୍ଷଣ ଏବଂ ସ୍ଥାନାନ୍ତରଣ ପାଇଁ ନିୟନ୍ତ୍ରଣ, ପର୍ଯ୍ୟବେକ୍ଷଣ ଏବଂ ଭୌତିକ ପଦକ୍ଷେପ ସମେତ ଉପଯୁକ୍ତ ସୁରକ୍ଷା ପଦକ୍ଷେପ ଏବଂ ନିୟନ୍ତ୍ରଣ କାର୍ଯ୍ୟକାରୀ କରିଥାଉ ।
  • ଆମେ ବ୍ୟକ୍ତିଗତ ଡାଟାକୁ ପ୍ରବିଷ୍ଟ କରୁଥିବା ଆମର କର୍ମଚାରୀ ଏବଂ କଣ୍ଟ୍ରାକ୍‍ଟରମାନଙ୍କ ପାଇଁ ନିୟମିତ ଭାବରେ ଗୋପନୀୟତା, ସୁଚନା ସୁରକ୍ଷା ଏବଂ ଅନ୍ୟ ପ୍ରଯୁଜ୍ୟ ପ୍ରଶିକ୍ଷଣ ପ୍ରଦାନ କରିଥାଉ ।
  • ଆମେ ଏହା ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନେଇଥାଉ ଯେ, ଆମର କର୍ମଚାରୀ ଏବଂ କଣ୍ଟ୍ରାକ୍‍ଟରମାନେ ଆମର ସୁଚନା ସୁରକ୍ଷା ପଲିସି ଏବଂ ପଦ୍ଧତି ଏବଂ କୌଣସି ଲାଗୁଥିବା ଚୁକ୍ତିନାମା ସର୍ତ୍ତାବଳୀ ଅନୁସାରେ କାର୍ଯ୍ୟ କରିବେ ।
  • ଆମେ ଆବଶ୍ୟକ କରୁ ଯେ, ଚୁକ୍ତିନାମା ଏବଂ ସୁରକ୍ଷା ସମୀକ୍ଷା ସହ, ଆମର ଥାର୍ଡ ପାର୍ଟି ଭେଣ୍ଡର୍‍ ଏବଂ ପ୍ରଦାରକ ଆମର ସୁରକ୍ଷା ପଲିସି ଏବଂ ପଦ୍ଧତି ଅନୁସାରେ ସେମାନଙ୍କୁ ନ୍ୟସ୍ତ କରାଯାଇଥିବା ଯେ କୌଣସି ବ୍ୟକ୍ତିଗତ ଡାଟାକୁ ସୁରକ୍ଷା ଦେବେ ।

କୁକିଜ୍‍

ସମୟ ସମୟରେ,ଆମେ "କୁକି" ନାମରେ ଏକ ଷ୍ଟାଣ୍ଡାର୍ଡ ଟେକ୍‍ନୋଲୋଜି ବ୍ୟବହାର କରିପାରୁ । କୁକି ହେଉଛି ଏକ ଛୋଟ ଟେକ୍ସଟ୍‌ ଫାଇଲ୍‍ ଯାହା କଂପ୍ୟୁଟର କିମ୍ୱା ଅନ୍ୟ ଡିଭାଇସ୍‍ରେ ସଂସ୍ଥାପନ କରାଯାଇଥାଏ ଏବଂ ଏହା ୟୁଜର କିମ୍ୱା ଡିଭାଇସ୍‍ କୁ ଚିହ୍ନଟ ଏବଂ ସୂଚନା ସଂଗ୍ରହ କରିବା ପାଇଁ ବ୍ୟବହାର କରାଯାଇଥାଏ । କୁଜିଗୁଡିକ ସାଧାରଣ ଭାବରେ ସେମାନଙ୍କ କାର୍ଯ୍ୟ ଏବଂ ଉବ୍ଦେଶ୍ୟ ଉପରେ ନିର୍ଭର କରି ଚାରୋଟି ପ୍ରକାର ରେ ଲଗାଯାଇଥାଏ, ସେଗୁଡିକ ହେଲା : ଆବଶ୍ୟକ କୁକି, କାର୍ଯ୍ୟଦକ୍ଷତା କୁକି, କାର୍ଯ୍ୟକାରୀତା କୁକି ଏବଂ ମାର୍କେଟିଂ ଉବ୍ଦେଶ୍ୟରେ ଥିବା କୁକି । କୁକି ଆପଣଙ୍କ ହାର୍ଡ ଡ୍ରାଇଭ୍‍ରୁ କୌଣସି ଅନ୍ୟ ଡାଟା ଟାଣି ପାରିବେ ନାହିଁ, କଂପ୍ୟୁଟର ଭାଇରସ୍‍ ପ୍ରବେଶ କରାଇ ପାରିବେ ନାହିଁ କିମ୍ୱା ଆପଣଙ୍କର ଇ-ମେଲ୍‍ ଠିକଣା ସଂଗ୍ରହ କରି ପାରିବେ ନାହିଁ। ବର୍ତ୍ତମାନରେ ୱେବ୍‍ସାଇଟ୍‍ଗୁଡିକ ୟୂଜର୍‍ ଭିଜିଟ୍‍କୁ ପ୍ରୋତ୍ସାହନ ଦେବା ପାଇଁ କୁକିଜ୍‍ ବ୍ୟବହାର କରୁଛନ୍ତି; ସାଧାରଣ ଭାବରେ କୁକିଜ୍‍ ସୁରକ୍ଷିତ ଭାବରେ ୟୁଜର ଆଇଡି ଏବଂ ପାସ୍‍ୱାର୍ଡ୍‌, ବ୍ୟକ୍ତିଗତ ଆବଶ୍ୟକତା ଅନୁସାରେ ସୃଷ୍ଟି କରାଯାଇଥିବା ହୋମ୍‍ ପେଜ୍‍ ସୁରକ୍ଷିତ ଭାବରେ ଗଚ୍ଛିତ କରିଥାଏ, ଯାହାକି ପରିଦର୍ଶନ କରିଥିବା ସାଇଟ୍‌ ର ଅଂଶ ବିଶେଷ ଅଟେ । କେତେବେଳେ କୁକି ରଖାଯିବ ଆପଣଙ୍କୁ ସୂଚନା ଦେବା ପାଇଁ ଆପଣଙ୍କ ବ୍ରୋଜର ସେଟ୍‍ କରିବାରେ ସମ୍ଭବ ଅଟେ । ଏହି ଉପାୟରେ ଆପଣ କୁକିକୁ ଗ୍ରହଣ କରିବେ କି ନାହିଁ ତାହାର ସିଦ୍ଧାନ୍ତ ନେବା ପାଇଁ ଆପଣଙ୍କୁ ସୁଯୋଗ ମିଳିଥାଏ । ଆମ ଭିଜିଟ୍‌ର କିପରି ଏବଂ କେତେବେଳେ ଏହି ୱେବ୍‍ସାଇଟ୍‍ ବ୍ୟବହାର କରୁଛନ୍ତି, ସେ ବିଷୟରେ ପ୍ରାପ୍ତ ସୂଚନା ଆମ ସାଇଟ୍‍କୁ କ୍ରମାଗତ ଭାବରେ ଉନ୍ନତ କରିବାରେ ଆମକୁ ସାହାଯ୍ୟ କରିପାରିବ ।ଆପଣଙ୍କ ବ୍ୟକ୍ତିଗତ ସୂଚନା ବିଷୟରେ କୁକିଜ୍‌ ଆମକୁ କିଛି କୁହେ ନାହିଁ, ଯଦି ଆପଣ ବିଶେଷଭାବରେ କିଛି ଅତିରିକ୍ତ ସୁଚନା ଦେଇ ନଥାନ୍ତି- ଆମଦ୍ୱାରା କିମ୍ୱା ଥାର୍ଡ୍‌-ପାର୍ଟି ଦ୍ୱାରା ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଚିହ୍ନଟ କରୁଥିବା ବ୍ୟକ୍ତିଗତ ତଥ୍ୟ ପ୍ରାପ୍ତ ହୋଇଥିଲେ, TML ସେହି ତଥ୍ୟ ଗୁଡିକ କୁକିଜ୍‌ ସୂଚନା ସହିତ ସାମିଲ କରେ ନାହିଁ କିମ୍ୱା ଜଡିତ କରେ ନାହିଁ ।

ଆମେ କୁକିଜ୍‌ ଗୁଡିକ ନିମ୍ନଲିଖିତ ଭାବରେ ବ୍ୟବହାର କରିପାରୁ: (i) ଆପଣ ଆମର ୱେବ୍‌ସାଇଟ୍‌କୁ କେତେଥର ପରିଦର୍ଶନ କରିଛନ୍ତି, ତାହାର ହିସାବ ରଖେ; (ii) ୱେବ୍‌ସାଇଟ୍‌ ରେ ଅନାମୀ ସୁଚନା, ମୋତାମୋଟି ସୁଚନା ଏବଂ ସାଂଖୀକ ତଥ୍ୟ ଏକାଠି କରେ; (iii) ଆପଣଙ୍କ ଆବଶ୍ୟକତା ଏବଂ ଦେଖିବା ଇତିହାସ ଅନୁସାରେ ଉପଯୁକ୍ତ ବିଷୟବସ୍ତୁ ପ୍ରଦାନ କରେ; ଏବଂ (iv) ଆପଣଙ୍କ ପାସ୍‌ୱାର୍ଡ୍‌ ସେଭ କରେ (ଯଦି ଆପଣ ଅନୁମତି ଦେଇଥାନ୍ତି), ଯେକି ପରବର୍ତ୍ତି ସମୟ ପରିଦର୍ଶନ ସମୟରେ ଆପଣ ପାସ୍‌ୱାର୍ଡ ପୁନଃ-ପ୍ରବିଷ୍ଟ କରିବା ଆବଶ୍ୟକ ହେବ ନାହିଁ । ଆପଣ ମଧ୍ୟ କୁକିଜ୍‌ଗୁଡିକୁ ଅକ୍ଷମ କରିପାରିବେ । ଆପଣଙ୍କ ବ୍ରାଉଜିଙ୍ଗ୍‌ ପସନ୍ଦ ପରିବର୍ତ୍ତନ କରି, ଆପଣ ସମସ୍ତ କୁକିଜ୍‌ ପ୍ରହଣ କରିପାରିବେ କିମ୍ୱା ପ୍ରତ୍ୟାଖ୍ୟାନ କରିପାରିବେ କିମ୍ୱା କୁକିଜ୍‌ ସେଟ୍‌ କଲାବେଳେ ଏକ ନୋଟିଫିକେସନ ପାଇଁ ଅନୁରୋଧ କରିପାରିବେ ।

ବିଶେଷ ଆବଶ୍ୟକତା କୁକିଜ୍‌

ୱେବ୍‌ସାଇଟ୍‌ ଉପଯୁକ୍ତ ଭାବରେ କାର୍ଯ୍ୟ କରିବା ପାଇଁ କୁକିଜ୍‌ ଗୁଡିକ ଆବଶ୍ୟକ ହୋଇଥାଏ, ଯେପରିକି ବିଷୟବସ୍ତୁ ଡିସ୍‌ପ୍ଲେ କରିବା, ଲଗ୍‌ ଇନ୍‌ କରିବା, ଆପଣ ପରିଦର୍ଶନ ସମୟ ବୈଧ କରିବା, ଆପଣ ଅନୁରୋଧ କରିଥିବା ସେବା ପାଇଁ ପ୍ରତିକ୍ରିୟା ଦେବା ଏବଂ ଅନ୍ୟ ସବୁ କାର୍ଯ୍ୟକଳାପ । ଅଧିକାଂଶ ୱେବ୍‌ ବ୍ରାଉଜର କୁକିଜ୍‌ ବ୍ୟବହାର ଅକ୍ଷମ ପାଇଁ ସେଟ୍‌ କରାଯାଇ ପାରିବ । ଅବଶ୍ୟ, ଯଦି ଆପଣ କୁକିଜ୍‌ ଗୁଡିକ ଅକ୍ଷମ କରିବେ, ତେବେ ହୁଏତ ଆମ ୱେବ୍‌ସାଉଟ୍‌ର ସମସ୍ତ ସୁବିଧା ସଠିକ୍‌ ଭାବରେ ପ୍ରବିଷ୍ଟ କରିପାରିବେ ନାହିଁ କିମ୍ୱା ଆଦୌ କରିପାରିବେ ନାହିଁ ।

ପିଲାମାନେ

ଆମେ ପିଲାମାନଙ୍କୁ ପ୍ରତ୍ୟେକ୍ଷ ଭାବରେ ସେବା ପ୍ରଦାନ କରୁନାହିଁ କିମ୍ୱା ସେମାନଙ୍କର ବ୍ୟକ୍ତିଗତ ଡାଟା ସକ୍ରିୟ ଭାବରେ ସଂଗ୍ରହ କରୁନାହିଁ। 13 ବର୍ଷ ରୁ କମ୍‌ ବୟସର ପିଲା ଆମର TML ସାଇଟ୍‌ ବ୍ୟବହାର କରିବା ପାଇଁ ସେମାନଙ୍କ ପିତାମାତା କିମ୍ୱା ଅଭିଭାବକ ଅନୁମତି ଦେଇପାରନ୍ତି ଯଦି ସେହି ବ୍ୟବହାର ପାଇଁ ସମସ୍ତ ଦାୟିତ୍ୱ ଏବଂ ଆଇନଗତ ସେମାନେ ଦାୟିତ୍ୱ ନିଅନ୍ତି, ସିମୀତତା ନଥାଇ, ପିଲାମାନଙ୍କ ଦ୍ୱାରା TML ସାଇଟ୍‌ ର ପ୍ରବିଷ୍ଟକରଣ ଏବଂ ବ୍ୟବହାର ପାଇଁ ମଧ୍ୟ ଦାୟିତ୍ୱ ନିଅନ୍ତି ।

ଯଦି TML ଜାଣିବାକୁ ପାଇଲା ଯେ ପିତାମାତାଙ୍କ ଯାଞ୍ଚ ଯୋଗ୍ୟ ସମ୍ମତି ବିନା ପିଲାର ବ୍ୟକ୍ତିଗତ ଡାଟା ସଂଗ୍ରହ କରାଯାଇଛି, ତେବେ ଏହି ପ୍ରକାର ସୂଚନା ବିଲୋପ କରିବା ପାଇଁ ଉପଯୁକ୍ତ TML ପଦକ୍ଷେପ ନେବେ । ଅବଶ୍ୟ, ଯଦି ଆପଣ ଜାଣିଲେ ଯେ, ଆପଣଙ୍କ ପିଲା TML କୁ ତାହାର ଡାଟା ସମ୍ୱିଟ୍‍ କରିଛି ତେବେ ଆପଣ ଇ-ମେଲ ଅନୁରୋଧ ପଠାଇ TML ର ଡାଟାବେସ୍‍ରୁ ଏହି ଡାଟା ବିଲୋପ କରାଇପାରିବେ । ଏହି ଅନୁରୋଧ ପ୍ରାପ୍ତ କଲାମାତ୍ରେ, TML ତାଙ୍କର ଡାଟାବେସ୍‍ରୁ ଏହି ସୂଚନାକୁ ବିଲୋପ କରିବା ସୁନିଶ୍ଚିତ କରିବେ ।

ଆପଣଙ୍କ ଅଧିକାର ଏବଂ ଆପଣଙ୍କର ବ୍ୟକ୍ତିଗତ ଡାଟା

ଆପଣଙ୍କର ସୂଚନା ପ୍ରବିଷ୍ଟ ଏବଂ ନିୟନ୍ତ୍ରଣ କରିବାର ଅଧିକାରକୁ ଆମେ ସମ୍ମାନ କରୁ, ଏବଂ ସୂଚନା ପାଇଁ ଆପଣଙ୍କର ଅନୁରୋଧର ପ୍ରତିକ୍ରିୟା ଦେବୁ ଏବଂ ଆବଶ୍ୟକ ସ୍ଥଳେ ଆପଣଙ୍କର ସୂଚନା ସଠିକ୍‌, ସଂଶୋଧନ କିମ୍ୱା ବିଲୋପ କରିବୁ ।

ଏଭଳି କ୍ଷେତ୍ରରେ, ଏହି ଅଧିକାର କାର୍ଯ୍ୟକାରୀ କରିବା ପାଇଁ ଆପଣଙ୍କ ପରିଚୟର ପ୍ରମାଣ ଦେବାକୁ ପଡିବ ।

  • ସୂଚନା ପ୍ରବିଷ୍ଟ କରିବାର ଅଧିକାର: ଯେ କୌଣସି ସମୟରେ ଏହା ଅନୁରୋଧ କରିବା ପାଇଁ ଆପଣ ଆମ ସହିତ ଯୋଗାଯୋଗ କରିପାରିବେ ଯେ କେଉଁ ସବୁ ସୂଚନା ଆମ ପାଖରେ ଅଛି, ଆମ ପାଖରେ କାହିଁକି ସେହି ସୂଚନା ଅଛି, କେଉଁମାନେ ସେହି ସୁଚନା ପ୍ରବିଷ୍ଟ କରୁଛନ୍ତି ଏବଂ ଆମେ କେଉଁଠାରୁ ସୂଚନା ପାଇଲୁ । ଆମେ ଆପଣଙ୍କର ଅନୁରୋଧ ପାଇବା ପରେ ଆମେ ଏକ ମାସ ମଧ୍ୟରେ କାର୍ଯ୍ୟକାରୀ କରିଦେବୁ। ପ୍ରଥମ ଅନୁରୋଧ ପାଇଁ କୌଣସି ଫିଜ୍‌ କିମ୍ବା ଦେୟ ନାହିଁ କିନ୍ତୁ ସେହି ସମାନ ଡାଟା ପାଇଁ ଅତିରିକ୍ତ ଅନୁରୋଧ କ୍ରମେ ଆପଣଙ୍କୁ ଏକ ପ୍ରଶାସନିକ ଫିଜ ଦେବାକୁ ପଡିପାରେ । ପ୍ରବିଷ୍ଟ କରିବା ପାଇଁ ଆପଣଙ୍କୁ କୌଣସି କାରଣ ଦେବା ଆବଶ୍ୟଲ୍କ ନାହିଁ, କିନ୍ତୁ ଆପଣଙ୍କ ପରିଚୟର କେତେକ ଯୁକ୍ତିସଙ୍ଗତ ପ୍ରମାଣ ଦେବା ଆବଶ୍ୟକ ରହିବ ।
  • ସୂଚନାକୁ ସଂଶୋଧନ ଏବଂ ସଦ୍ୟ ସଂଶୋଧନ କରିବାର ଅଧିକାର: ଯଦି ଆମେ ରଖିଥିବା ଆପଣଙ୍କ ଡାଟା ପୁରୁଣା, ଅସମ୍ପୂର୍ଣ୍ଣ କିମ୍ବା ଭୁଲ୍, ତେବେ ଆପଣ ଆମକୁ ସୂଚନା ଦେଇପାରିବେ ଏବଂ ଆପଣଙ୍କର ଡାଟା ସଦ୍ୟ ସଂଶୋଧନ କରାଯିବ ।
  • ଆପଣଙ୍କର ସୂଚନା ବିଲୋପ କରିବାର ଅଧିକାର: ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆମେ ଆଉ ଆପଣଙ୍କର ଡାଟା ବ୍ୟବହାର କରିବା ଉଚିତ୍ ନୁହେଁ କିମ୍ବା ଆମେ ଆପଣଙ୍କର ତଥ୍ୟକୁ ବେଆଇନ ଭାବରେ ବ୍ୟବହାର କରୁଛୁ, ତେବେ ଆପଣ ଆମେ ରଖିଥିବା କରିଥିବା ଡାଟାକୁ ବିଲୋପ କରିବାକୁ ଅନୁରୋଧ କରିପାରିବେ । ଯେତେବେଳେ ଆମେ ଆପଣଙ୍କର ଅନୁରୋଧ ଗ୍ରହଣ କରିବୁ ଆମେ ନିଶ୍ଚିତ କରିବୁ ଯେ ଡାଟା ବିଲୋପ ହୋଇଛି କି ନାହିଁ କିମ୍ୱା ଏହାର ବିଲୋପ କାହିଁକି କରାଯାଇ ନାହିଁ (ଉଦାହରଣ ସ୍ୱରୂପ ଆମର ବୈଧତାପୂର୍ଣ୍ଣ ସ୍ୱାର୍ଥ କିମ୍ବା ନିୟାମକ ଉଦ୍ଦେଶ୍ୟ ପାଇଁ ଆମେ ଆବଶ୍ୟକ କରିପାରୁ) ।
  • ପ୍ରକ୍ରିୟାକରଣକୁ ବିରୋଧ କରିବାର ଅଧିକାର: ଆପଣଙ୍କର ଡାଟା ପ୍ରକ୍ରିୟାକରଣ ବନ୍ଦ କରିବାକୁ ଅନୁରୋଧ କରିବାର ଆପଣଙ୍କର ଅଧିକାର ଅଛି । ଅନୁରୋଧ ଗ୍ରହଣ କରିବା ପରେ, ଆମେ ଆପଣଙ୍କ ସହ ଯୋଗାଯୋଗ କରିବୁ ଏବଂ ଆପଣଙ୍କୁ ଜଣାଇବୁ ଯଦି ଆମେ ତାହା ପାଳନ କରିବାକୁ ସକ୍ଷମ ଅଟୁ କିମ୍ବା ଆମର ଡାଟା ପ୍ରକ୍ରିୟା ଜାରି ରଖିବା ପାଇଁ ଆମର ଆଇନଗତ କାରଣ ଅଛି । ଆପଣ ଆପତ୍ତି କରିବାର ଅଧିକାରକୁ ବ୍ୟବହାର କରିବା ପରେ ମଧ୍ୟ, ଆପଣଙ୍କର ଅନ୍ୟ ଅଧିକାରକୁ ପାଳନ କରିବା ପାଇଁ କିମ୍ବା ଆଇନଗତ ଦାବି ଆଣିବା କିମ୍ବା ରକ୍ଷା କରିବା ପାଇଁ ଆମେ ଆପଣଙ୍କର ଡାଟା ଧରି ରଖିବା ଜାରି ରଖିପାରିବୁ
  • ଡାଟା ସ୍ଥାନାନ୍ତର କରିବାର ଅଧିକାର: ଆପଣଙ୍କର ଅନୁରୋଧ କରିବାର ଅଧିକାର ଅଛି ଯେ ଆମେ ଆପଣଙ୍କର କିଛି ଡାଟାକୁ ଅନ୍ୟ ନିୟନ୍ତ୍ରଣକାରୀକୁ ସ୍ଥାନାନ୍ତର କରିବୁ । ଯେଉଁଠାରେ ଏହା କରିବା ସମ୍ଭବ, ଆମେ ଆପଣଙ୍କର ଅନୁରୋଧକୁ ଗ୍ରହଣ କରିବାର ଏକ ମାସ ମଧ୍ୟରେ ପାଳନ କରିବୁ ।
  • ଆପଣ ଯେଉଁ ସମ୍ମତି ଦେଇଥିଲେ, ଡାଟାର ଯେ କୌଣସି ପ୍ରକ୍ରିୟାକରଣ ପାଇଁ ଆପଣଙ୍କର ସେହି ସମ୍ମତି ଯେ କୌଣସି ସମୟରେ ପ୍ରତ୍ୟାହାର କରିବାର ଅଧିକାର ଅଛି ​। ଆପଣ ଟେଲିଫୋନ୍, ଇମେଲ୍ କିମ୍ବା ପୋଷ୍ଟ ମାଧ୍ୟମରେ ସହଜରେ ଆପଣଙ୍କର ସମ୍ମତି ପ୍ରତ୍ୟାହାର କରିପାରିବେ (ସମ୍ମତି ପ୍ରତ୍ୟାହାର ଫର୍ମକୁ ଅନୁସରଣ କରନ୍ତୁ)
  • ବ୍ୟକ୍ତିଗତ ଡାଟାର ପ୍ରକ୍ରିୟାକରଣ ଉପରେ ଆପତ୍ତି କରିବାର ଅଧିକାର ଯେଉଁଠାରେ ପ୍ରଯୁଜ୍ୟ ଅଛି
  • ଡାଟା ସୁରକ୍ଷା ପ୍ରତିନିଧୀଙ୍କ ନିକଟରେ ଅଭିଯୋଗ କରିବାର ଅଧିକାର ଅଛି
  • ଆମକୁ ଯେକୌଣସି ସମୟରେ ଯୋଗାଯୋଗ କରି ଯେକୌଣସି ସମୟରେ ମଧ୍ୟ ଆମର ମାର୍କେଟିଙ୍ଗ୍‌ ମେସେଜ୍‌ ପଠାଇବା ବନ୍ଦ କରିବା ପାଇଁ ଆମକୁ କିମ୍ୱା ଥାର୍ଡ-ପାର୍ଟିଙ୍କୁ ଅନୁରୋଧ କରିପାରିବେ । ଯେତେବେଳେ ମାର୍କେଟିଙ୍ଗ୍‌ ମେସେଜ୍‌ ପ୍ରାପ୍ତ ନ କରିବା ପାଇଁ ନିଷ୍ପତ୍ତି ତେବେ, ଉତ୍ପାଦ/ସେବା କ୍ରୟ, ୱାରେଣ୍ଟି ପଞ୍ଜିକରଣ, ଉତ୍ପାଦ/ସେବା ଅନୁଭବ କିମ୍ୱା ଅନ୍ୟ କୌଣସି କାରବାର ସମୟରେ ଆମେ ପ୍ରାପ୍ତ କରିଥିବା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଆମେ ବ୍ୟବହାର କରିବୁ ନାହିଁ ।
  • ଠାରୁ କିମ୍ୱା ଆମର କୌଣସି ଅନୁବନ୍ଧିତ ସଂସ୍ଥାଙ୍କ ଠାରୁ ଆଉ ଇମେଲ୍‌ ପ୍ରାପ୍ତ ନକରିବା ପାଇଁ ଆପଣ ଯେ କୌଣସି ସମୟରେ ନିଷ୍ପତ୍ତି ନେଇପାରିବେ-ଆପଣଙ୍କ ବିନା ଅନୁମତିରେ ଆମ ଅନୁବନ୍ଧିତ ହୋଇ ନଥିବା ସଂସ୍ଥାକୁ ଆପଣଙ୍କ ଇ ମେଲ୍‌ ବିକ୍ରୟ କରିବୁ ନାହିଁ, ଭଡାରେ ଦେବୁ ନାହିଁ କିମ୍ୱା ବାଣିଜ୍ୟ କରିବୁ ନାହିଁ । ଆମ କଂପାନୀ ବିକ୍ରୟ, ବ୍ୟବସାୟ ହସ୍ତାନ୍ତର କିମ୍ୱା ଦେବାଳିଆ ହେବା କ୍ଷେତ୍ରରେ ଏହି ପ୍ରାବଧାନ ଲାଗୁ ହେବନାହିଁ ।

ଆମେ କେତେ ଦିନ ପର୍ଯ୍ୟନ୍ତ ଆପଣଙ୍କର ବ୍ୟକ୍ତିଗତ ଡାଟା ରଖିପାରିବୁ?

ଆମେ ସେହି ସମୟ ଅବଧି ପର୍ଯ୍ୟନ୍ତ ଆପଣଙ୍କ ବ୍ୟକ୍ତିଗତ ସୂଚନା ରଖୁ, ଯେଉଁ ସମୟ ପର୍ଯ୍ୟନ୍ତ ଆଇନ କିମ୍ୱା ବ୍ୟବସାୟ ଉଦ୍ଦେଶ୍ୟରେ ଯୁକ୍ତିଯୁକ୍ତ ଭାବରେ ଆମେ ଆବଶ୍ୟକ କରିଥାଉ । TML ସ୍ଥାନୀୟ ଆଇନ, ଚୁକ୍ତିନାମା ଜନିତ ଉତ୍ତର ଦାୟିତ୍ୱ ଏବଂ ଆମ କଷ୍ଟୁମର ମାନଙ୍କର ଆବଶ୍ୟକତା ବିଚାରକୁ ନେଇଥାଉ । ଆମେ ଯେତେବେଳେ ଆପଣଙ୍କ ବ୍ୟକ୍ତିଗତ ସୂଚନା ଆବଶ୍ୟକ କରିବୁ ନାହିଁ, ଆମେ ସୁରକ୍ଷିତ ଭାବରେ ବିଲୁପ୍ତ କରିଦେବୁ କିମ୍ୱା ନଷ୍ଟ କରିଦେବୁ ।

ପରିବର୍ତ୍ତନ

TML ସମୟ ସମୟରେ ଗୋପନୀୟତା ନୋଟିସ୍‌ ସଦ୍ୟ ସଂଶୋଧନ କରିଥାଏ। ଆମେ ଆପଣଙ୍କୁ ଉତ୍ସାହିତ କରୁଛୁ ଯେ ସଦ୍ୟ ଗୋପନୀୟତା ନୋଟିସ୍‌ ଦେଖିବା ପାଇଁ ଆପଣ ଆମର ୱେବ୍‌ସାଇଟ୍‌ କୁ ବାରମ୍ୱାର ଚେକ୍‌ କରିବେ, ଏହାଦ୍ୱାରା ଜାଣି ପାରିବେ ଯେ TML କିପରି ଆପଣଙ୍କ ସୂଚନା ବ୍ୟବହାର କରୁଛି ଏବଂ ପ୍ରତିରକ୍ଷା କରୁଛି । ଯେତେବେଳେ ଏହି ନୋଟିସ୍‌ରେ କୌଣସି ପ୍ରକାର ପରିବର୍ତ୍ତନ ଜରୁରୀ ହୋଇଥାଏ,ଦୃଷ୍ଟି ଆକର୍ଷଣ ହେଲାଭଳି ଏହି ୱେବ୍‌ସାଇଟ୍‌ରେ ନୋଟିସ୍‌ ଦେବୁ ଏବଂ ସଦ୍ୟ ସଂଶୋଧିତ ଲାଗୁ ହେବା ତାରିଖ ଦେବୁ ।

ଦିଆଯାଇଥିବା ଡାଟାର ସୁରକ୍ଷା

ଆମକୁ ପ୍ରଦାନ କରିଥିବା ବ୍ୟକ୍ତିଗତ ତଥ୍ୟ ର ସୁରକ୍ଷା ପାଇଁ ଆମେ କଠିନ ରୁ କଠିନତର ସୁରକ୍ଷା ମୂଳକ ପଦକ୍ଷେପ ନେଉଛୁ । ସମସ୍ତ ବ୍ୟକ୍ତିଗତ ସୂଚନା ସୁରକ୍ଷିତ ଭାବରେ ରଖୁ, ଯେପରିକି ଏହା ହଜିଯିବ ନାହିଁ, ଅପବ୍ୟବହାର ହେବ ନାହିଁ, ଭୁଲ୍‌ଭାବରେ ଖଲାସ ହେବ ନାହିଁ, ଅଦଳବଦଳ ହେବ ନାହିଁ କିମ୍ୱା ନଷ୍ଟ ହେବ ନାହିଁ । ଏହି ସୁରକ୍ଷା ମୂଳକ ପଦକ୍ଷେପ ଗୁଡିକ ସମୟ ସମୟତେ ସଦ୍ୟ ସଂଶୋଧନ କରାଯାଇଥାଏ । ଅବଶ୍ୟ, ଇଣ୍ଟର୍‌ନେଟ୍‌ ମାଧ୍ୟମ ସଂଚାରଣ ସମୟରେ ଏହି ପଦକ୍ଷେପ ଗୁଡିକର ଅବମାମନା ହୁଏ, ଉଦ୍ଦେଶ୍ୟହୀନ ଭାବରେ ହଜିଯାଏ, ଅପବ୍ୟବହାର ହୁଏ, ଅଦଳବଦଳ ହୁଏ କିମ୍ବା ଖଲାସ ହୋଇଯାଏ, ତେବେ ସେଥିପାଇଁ TML ଉତ୍ତରଦାୟୀ ରହିବେ ନାହିଁ । ଆଉ ମଧ୍ୟ, ଗୋପନୀୟ ନୀତିରେ ଯାହାବି ଉଲ୍ଲେଖ ହୋଇଥାଉ ନା କାହିଁକି, ବ୍ୟକ୍ତିଗତ ତଥ୍ୟ ହଜିଯିବା, କ୍ଷୟକ୍ଷତି ହେବା ଅପବ୍ୟବହାର ହେବା, ଅଦଳବଦଳ ହେବା କ୍ଷେତ୍ରରେ TML ଦାୟୀ ରହିବେ ନାହିଁ ଯଦି ସେଭଳି ହଜିବା, କ୍ଷୟକ୍ଷତି ଅପବ୍ୟବହାର ମାନବ ନିୟନ୍ତ୍ରଣ ବାହାରେ ହୋଇଥିବ କିମ୍ବା ଏହାର କାରଣ ଆପଣ ହୋଇଥିବେ ।

ଉତ୍ତମ ବିଶ୍ୱାସରେ କିମ୍ୱା ଯେତେବେ‌ଲେ ଆବଶ୍ୟକ ଆଇନଗତ ଉତ୍ତରଦାୟିତ୍ୱ ଅନୁପାଲନ କିମ୍ବା ଆଇନଗତ ଭାବରେ ଖଲାସ କରିବା ଆବଶ୍ୟକ ହେଉଥିବ କିମ୍ବା କ୍ଷମତା ପ୍ରାପ୍ତ କୋର୍ଟ କିମ୍ବା ସାମ୍ବିଧାନିକ କର୍ତ୍ତୁପକ୍ଷଙ୍କ ଦ୍ୱାରା ଆବଶ୍ୟକ ହେଉଥିବ, କିମ୍ୱା TML ର ଆଇନଗତ ଅଧିକାରର ପ୍ରତିରକ୍ଷା କିମ୍ବା ବୁଦ୍ଧିମତ୍ତାଗତ ସଂପତ୍ତି ଅଧିକାର ର ପ୍ରତିରକ୍ଷା ପାଇଁ ଆବଶ୍ୟକ ହେଉଥିବ ତେବେ TML ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଖଲାସ କରିବେ ।

ଆପଣଙ୍କ କର୍ତ୍ତବ୍ୟ

ଆପଣ TML ଙ୍କୁ ୱାରେଣ୍ଟି ଦେଉଛନ୍ତି ଯେ ଆପଣ ୱେବସାଇଟ୍‌ ଏଭଳି ଉଦ୍ଦେଶ୍ୟରେ ବ୍ୟବହାର କରିବେ ନାହିଁ ଯାହାକି ଆଇନଗତ ନୁହେଁ, ଯାହାକି ଏହି ନିୟମ ଦେବଂ ସର୍ତ୍ତାନଳୀ ରେ ନିଷିଦ୍ଧ କରାଯାଇଛି । ଆପଣ ୱେବସାଇଟ୍‌ ଏଭଳି ଉଦ୍ଦେଶ୍ୟରେ ବ୍ୟବହାର କରିବେ ନାହିଁ ଯାହାକି ଏହାର କ୍ଷୟକ୍ଷତି କରିବ, ଅକ୍ଷମ କରିବ, ଅଧିକ କାର୍ଯ୍ୟ-ବୋଝ ଦେବ କିମ୍ୱା ଆଂଶିକ ଭାବରେ ଅକ୍ଷମ କରିବ, ଅନ୍ୟ ପାର୍ଟିଙ୍କ ବ୍ୟବହାରରେ ହସ୍ତକ୍ଷେପ କରିବ ଏବଂ ଏହାର ଅନୁଭବ ସ୍ତର କମ୍‌ କରିବ । ଆମର ପୁର୍ବ ସମ୍ମତି ବିନା ପ୍ରତ୍ୟେକ୍ଷରେ ହେଉ କିମ୍ବା ପରୋକ୍ଷରେ ହେଉ କୌଣସି ମାଧ୍ୟମରେ ମଧ୍ୟ ଆପଣ ଏହି ୱେବସାଇଟ୍‌ କୁ ଅଦଳବଦଳ, କପି, ବିତରଣ, ସଂଚାରଣ, ପ୍ରଦର୍ଶନ, ପୁନଃପ୍ରକାଶନ, ପ୍ରକାଶନ କରିପାରିବେ ନାହିଁ, ଲାଇସେନସି ପ୍ରସ୍ତୁତ କରିବେ ନାହିଁ, ଏଥିରୁ ଉଦ୍ଧୃତ କରିକୌଣସି ବିଷୟବସ୍ତୁ ପ୍ରସ୍ତୁତ କରିବେ ନାହିଁ କିମ୍ୱା TML ରୁ ପ୍ରାପ୍ତ କୌଣସି ତଥ୍ୟ, ସେବା ହସ୍ତାନ୍ତର କିମ୍ବା ବିକ୍ରୟ କରିପାରିବେ ନାହିଁ । ବ୍ୟକ୍ତିଗତ ଏବଂ ଅଣବ୍ୟବସାୟିକ ଉଦ୍ଦେଶ୍ୟ ବିନା ଆପଣ ଏହାର ବିଷୟବସ୍ତୁ କିମ୍ବା ବିଷୟବସ୍ତୁର କିଛି ଅଂଶ ଆପଣଙ୍କ କଂପ୍ୟୁଟରରେ ରକ୍ଷଣ କରିପାରିବେ ନାହିଁ ।

ଶାସନ ପରିଚାଳନା / ଅଧିକାର

ଏହି ଗୋପନୀୟ ନୀତି ଉପରେ କୌଣସି ବିବାଦ ସୃଷ୍ଟି ହେଲେ ଭାରତୀୟ ଆଇନ ଅନୁସାରେ ପ୍ରଶାସିତ ହେବ; ଏବଂ କେବଳ ମୁମ୍ବାଇ ସ୍ଥିତ କୋର୍ଟ (ଭାରତ)ର ନ୍ୟାୟ ପରିସର ଭିତରେ ଆସିବ ।

ପ୍ରଶ୍ନ / ସଂପର୍କ ସୂଚନା

ଯଦି ଏହି ଗୋପନୀୟ ନୋଟିସ୍‌ ବିଷୟରେ ଆପଣଙ୍କର କିଛି ପ୍ରଶ୍ନ କିମ୍ୱା ମନ୍ତବ୍ୟ ଥାଏ, ତେବେ dpr@tatamotors.com ରେ ଦୟାକରି ଆମକୁ ସଂପର୍କ କରନ୍ତୁ,

ଲାଗୁ ଦେବା ତାରିଖ: 24.03.22

Pixel