ଟାଟା ଏସ୍ ଗୋଲ୍ଡ ସମ୍ପୂର୍ଣ୍ଣ ସେବା ବ୍ୟାନର

ସମ୍ପୂର୍ଣ୍ଣ
ସେବା 2.0

ସମ୍ପୂର୍ଣ୍ଣ ସେବା 2.0

ଯେତେବେଳେ ଆପଣ ଏକ ଟାଟା ମୋଟର୍ସ ଟ୍ରକ୍ କିଣୁଛନ୍ତି, ସେତେବେଳେ ଆପଣ କେବଳ ଏକ ପ୍ରଡକ୍ଟ କିଣୁନାହାନ୍ତି, ଆପଣ ଏକ ସେବାର ଭଣ୍ଡାର କିଣୁଛନ୍ତି ଯାହାକି ରାସ୍ତା କଡ଼ରେ ସହାୟତା, ବୀମା, ବିଶ୍ୱସ୍ତତା ଏବଂ ଅନେକ ବିଷୟ ଅନ୍ତର୍ଭୂକ୍ତ କରେ । ଆପଣ ବର୍ତ୍ତମାନ ଆପଣଙ୍କର ବ୍ୟବସାୟ ଉପରେ ସହୃଦୟେ ଧ୍ୟାନ ଦେଇପାରିବେ ଏବଂ ବାକିଗୁଡ଼ିକର ଯତ୍ନ ସମ୍ପୂର୍ଣ୍ଣ ସେବା ଉପରେ ନ୍ୟସ୍ତ କରନ୍ତୁ ।

ସମ୍ପୂର୍ଣ୍ଣ ସେବା 2.0 ଅଲ ନ୍ୟୁ ଏବଂ ଉନ୍ନତ ଅଟେ । କ୍ରମାଗତ ଭାବରେ ଉନ୍ନତ ସମ୍ପୂର୍ଣ୍ଣ ସେବା ସୃଷ୍ଟି କରିବାକୁ ଗତ ବର୍ଷ ଆମ କେନ୍ଦ୍ରକୁ ଆସିଥିବା 6.5 ନିୟୂତରୁ ଅଧିକ ଗ୍ରାହକଙ୍କଠାରୁ ଆମେ ମତାମତ ସଂଗ୍ରହ କରିଛୁ ।

ଆପଣ 29 ଟି ରାଜ୍ୟ ସେବା କାର୍ଯ୍ୟାଳୟ, 250+ ଟାଟା ମୋଟର୍ସ ଇଞ୍ଜିନିୟର୍, ଆଧୁନିକ ଯନ୍ତ୍ରପାତି ଏବଂ ସୁବିଧା ଏବଂ 24x7 ମୋବାଇଲ୍ ଭ୍ୟାନ୍ କୁ ଅନ୍ତର୍ଭୁକ୍ତ କରୁଥିବା 1500 ରୁ ଅଧିକ ଚ୍ୟାନେଲ ପାର୍ଟନରଙ୍କ ସାହାଯ୍ୟରେ ଉପକୃତ ହେବେ ।

ସମ୍ପୂର୍ଣ୍ଣ ସେବା ଲୋଗୋ

ଆପଣଙ୍କର ବ୍ୟବସାୟ ପାଇଁ ଟାଟା ମୋଟର୍ସ ଦ୍ୱାରା ସମ୍ପୂର୍ଣ୍ଣ ସେବା ହେଉଛି ଆପଣ ଗାଡି କିଣିବା ସମୟଠାରୁ ଏବଂ ଆପଣଙ୍କ ବ୍ୟବସାୟର ପ୍ରତ୍ୟେକ ପାହାଚରେ ଏକ ସମ୍ପୂର୍ଣ୍ଣ କେୟାର ପ୍ୟାକେଜ୍ । ଏହା ବୀମା ହେଉ କି ବ୍ରେକଡାଉନ୍ ହେଉ, ପୁରସ୍କାର କିମ୍ବା ଅସଲି ସ୍ପେୟାର୍, ରିସେଲ୍‌ କିମ୍ବା ୱାରେଣ୍ଟି, ସମ୍ପୂର୍ଣ୍ଣ ସେବା ଏହା ସମସ୍ତ ଅନ୍ତର୍ଭୁକ୍ତ କରେ । ବର୍ତ୍ତମାନ ଆପଣଙ୍କର କୌଣସି ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ, କେବଳ ଆପଣଙ୍କ ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଏହାକୁ ଆଗକୁ ଆଗକୁ ମଡାଇ ଚାଲନ୍ତୁ ।

ସର୍ବ ଶେଷରେ ଟାଟା ମୋଟର୍ସ୍‌ ଆପଣଙ୍କ ସହ ପ୍ରତ୍ୟେକ ପାହୁଣ୍ଡରେ

ଟାଟା ୱାରେଣ୍ଟି

ଟାଟା ୱାରେଣ୍ଟି

2 ବର୍ଷ / 72000 କିମି (ଯାହା ପୂର୍ବରୁ ଅଛି) ସମସ୍ତ ଛୋଟ କମରସିଆଲ୍‌ ଭେହିକିଲ୍‌ ଉପରେ ଡ୍ରାଇଭଲାଇନ୍ ୱାରେଣ୍ଟି ସହିତ, ଆମେ ଆପଣଙ୍କର ବ୍ୟବସାୟକୁ ଅଗ୍ରଗତି କରିବାକୁ ରାସ୍ତାରେ ଚେଷ୍ଟା କରୁଛୁ ।

ମୂଖ୍ୟ ବିଶେଷତା

  • ଦେଶର ପ୍ରତ୍ୟେକ 62 କିଲୋମିଟରରେ ସେବା ସୁବିଧା ସହିତ, ଟାଟା ମୋଟର୍ସର ବିସ୍ତୃତ ଡିଲରସିପ୍ ଏବଂ 1500 ରୁ ଅଧିକ ଟଚ୍‌ ପଏଣ୍ଟଗୁଡିକର ସେବା ନେଟୱାର୍କ୍‌ରେ ସମର୍ଥନ ଅଛି ।
ଟାଟା ଡିଲାଇଟ୍‌

ଟାଟା ଡିଲାଇଟ୍‌

ଫେବୃଆରୀ 2011 ରେ ଆରମ୍ଭ ହୋଇଥିବା ଟାଟା ଡିଲାଇଟ୍ ହେଉଛି ଭାରତର କମରସିଆଲ୍‌ ଭେହିକିଲ୍‌ ଶିଳ୍ପରେ ସର୍ବପ୍ରଥମ ଗ୍ରାହକଙ୍କ ବିଶ୍ୱସ୍ତତା କାର୍ଯ୍ୟକ୍ରମ । ସମସ୍ତ ଗ୍ରାହକ ଯେଉଁମାନେ ଟାଟା ଭେହିକିଲ୍‌ କ୍ରୟ କରନ୍ତି ସ୍ୱୟଂଚାଳିତ ଭାବରେ ଏହି ଲୟାଲିଟି ପ୍ରୋଗ୍ରାମର ସଦସ୍ୟ ହୁଅନ୍ତି ।

ମୂଖ୍ୟ ବିଶେଷତା

  • ଟାଟା ମୋଟର୍ସ ପ୍ରାଧିକୃତ ସେବା ଆଉଟଲେଟ୍, ସ୍ପେୟାର୍ ପାର୍ଟସ୍ ଆଉଟଲେଟ୍ ଏବଂ ପ୍ରୋଗ୍ରାମ ପାର୍ଟନରରେ ପ୍ରତି 1,000/- ଉପରେ ଲୟାଲ୍‌ଟି ପଏଣ୍ଟ ଖର୍ଚ୍ଚ ହୋଇଥାଏ ।
  • ସଦସ୍ୟତା ବୈଧତା 5 ବର୍ଷ ପାଇଁ ଏବଂ ପଏଣ୍ଟଗୁଡିକର ବୈଧତା 3 ବର୍ଷ ପାଇଁ ହୋଇଥାଏ ।
  • ସଦସ୍ୟତା ବୈଧତା ଥିବା ପର୍ଯ୍ୟନ୍ତ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ମୃତ୍ୟୁ / ଅକ୍ଷମତା ସୁବିଧା ଏବଂ 50,000 ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ହସ୍‌ପିଟାଲରେ ଭର୍ତ୍ତୀ ।
  • 12 ଲକ୍ଷରୁ ଅଧିକ ଖୁଚୁରା ଗ୍ରାହକ ଏହି କାର୍ଯ୍ୟକ୍ରମର ଏକ ଅଂଶ ହୋଇସାରିଲେଣି ।
TATA OK

TATA OK

Tata Ok ରେ ଆପଣ ପୂର୍ବ-ମାଲିକାନା ଥିବା ଟାଟା ମୋଟର୍ସ ବାଣିଜ୍ୟିକ ଭେହିକିଲ୍‌ ବିକ୍ରୟ କରିପାରିବେ କିମ୍ବା କିଣି ପାରିବେ । କୌଣସି ଦୁର୍ନିତିକୁ ରୋକିବା ପାଇଁ ଆମେ ସୋର୍ସିଂ ଏବଂ କ୍ରୟ, ମୂଲ୍ୟ ନିର୍ଦ୍ଧାରଣ, ନବୀକରଣ ଏବଂ ମରାମତି ହୋଇଥିବା ଯାନଗୁଡିକର ବିକ୍ରୟ ପ୍ରଭୃତି ପ୍ରତ୍ୟେକ ପର୍ଯ୍ୟାୟରେ ଜଡିତ ।

ମୂଖ୍ୟ ବିଶେଷତା

  • ଆପଣଙ୍କର ଆଗ ରୁଥିବା ବାଣିଜ୍ୟିକ ଭେହିକିଲ୍‌ ପାଇଁ ଉତ୍ତମ ପୁନଃ ବିକ୍ରୟ ମୂଲ୍ୟ ପ୍ରାପ୍ତ କରନ୍ତୁ
  • ଆପଣଙ୍କ ଦ୍ୱାରରେ ମୂଲ୍ୟାଙ୍କନ
  • TATA OK ସାର୍ଟିଫିକେଟ୍ ପ୍ରାପ୍ତ ଯାନଗୁଡିକରେ 80% ପର୍ଯ୍ୟନ୍ତ ଫାଇନାନ୍‌ସ୍‌ ପ୍ରାପ୍ତ କରନ୍ତୁ
  • TATA OK ସାର୍ଟିଫିକେଟ୍ ପୂର୍ବ-ମାଲିକାନା ଯାନ ଉପରେ ୱାରେଣ୍ଟି
ଟାଟା ଜେନ୍ୟୁଇନ୍‌ ପାର୍ଟ୍‌

ଟାଟା ଜେନ୍ୟୁଇନ୍‌ ପାର୍ଟ୍‌

ବର୍ଷ ବର୍ଷ ଧରି ଟାଟା କମରସିଆଲ ଯାନଗୁଡ଼ିକୁ ଉପଯୁକ୍ତ ଅବସ୍ଥାରେ ରଖିବା ପାଇଁ, ଆମେ ଟାଟା ଜେନୁଏନ୍ ପାର୍ଟସ୍ (TGP) ପ୍ରଦାନ କରିଥାଉ । ଟାଟା ମୋଟର୍ସର ଏକ ଡିଭିଜନ୍, TGP ଟାଟା କମରସିଆଲ ଯାନଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ 1.5 ଲକ୍ଷରୁ ଅଧିକ ସ୍ପେୟାର ପାର୍ଟ୍‌ସ୍‌ ର SKU ଯୋଗାଇଥାଏ । ବିଭିନ୍ନ ଗୁଣବତ୍ତା ଯାଞ୍ଚ ମାଧ୍ୟମରେ ପାସ୍ ହୋଇଥିବା ନିର୍ଦ୍ଦିଷ୍ଟ ଯାନର ନିର୍ଦ୍ଦିଷ୍ଟତା ଅନୁଯାୟୀ ,ଉପଯୁକ୍ତ ଫିଟ୍, ବର୍ଦ୍ଧିତ ସର୍ଭିସ୍‌ ଲାଇଫ୍‌ କୁ ଭିତ୍ତି କରି ଏହି ସ୍ପେୟାରଗୁଡିକ ତିଆରି କରାଯାଇଥାଏ, ଯାହା ଫଳରେ ଆପଣଙ୍କ ଗାଡି ଅଧିକ ଦୂରତାକୁ ଚାଲିଥାଏ ।

ମୂଖ୍ୟ ବିଶେଷତା

  • 230 ରୁ ଅଧିକ ବିତରଣ ପଏଣ୍ଟ ଏବଂ 20,000 ରୁ ଅଧିକ ରିଟେଲ୍‌ ଆଉଟଲେଟ୍ ର ଏକ ବିତରଣ ନେଟୱାର୍କ ପାଞ୍ଚଟି ଗୋଦାମରେ ଚାଲୁଥିଲା ।
  • ପ୍ରତ୍ୟେକ ଟାଟା ଜେନ୍ୟୁଇନ୍‌ ପାର୍ଟସ୍ ପ୍ରଡକ୍ଟ କୌଣସି ନନ୍‌ ଜେନ୍ୟୁଇନ୍‌ ସ୍ପେୟାର୍ ପାର୍ଟ୍‌ ଅପେକ୍ଷା ଅଧିକ ସମୟ ଏବଂ ସର୍ଭିସ୍‌ ଲାଇଫ୍‌ ପ୍ରଦାନ କରିବାକୁ ନିର୍ମିତ ହୋଇଅଛି ।
  • ପ୍ରତ୍ୟେକ ଯାନର ଯେ କେବଳ ସଠିକ୍ ଯାନର ନିର୍ଦ୍ଦିଷ୍ଟତା ଅନୁଯାୟୀ ଡିଜାଇନ୍ ହୋଇନାହିଁ, ତା ନୁହେଁ ବରଂ ଏହାକୁ ଏକାଧିକ ଗୁଣାତ୍ମକ ନିୟନ୍ତ୍ରଣ ଯାଞ୍ଚ ମଧ୍ୟ କରିବାକୁ ପଡିଥାଏ ।
ଟାଟା ସୁରକ୍ଷା

ଟାଟା ସୁରକ୍ଷା

ଏକ ବାର୍ଷିକ ରକ୍ଷଣାବେକ୍ଷଣ ପ୍ୟାକେଜ୍ ଯାହା ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ଗାଡି ଡ୍ରାଇଭଲାଇନ୍‌ର ସମ୍ପୂର୍ଣ୍ଣ ପ୍ରତିଷେଧକ ଏବଂ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ଏବଂ ବ୍ରେକଡାଉନ୍ ମରାମତିର କେୟାର ନେଇଥାଏ । ସମ୍ପ୍ରତି, ସମଗ୍ର ଭାରତରେ 60,000+ ଗ୍ରାହକଙ୍କ ପାଖରେ ଟାଟା ସୁରକ୍ଷା ଅଛି । SCV କାର୍ଗୋ ଏବଂ ପିକଅପ୍ ପାଇଁ 3 ବର୍ଷର ଚୁକ୍ତିନାମା ଉପଲବ୍ଧ ଅଛି ।

ପ୍ୟାକେଜ୍‌ ଏବଂ ଅନ୍ତର୍ଭୁକ୍ତ ହୋଇଥିବାଗୁଡିକ

  • ପ୍ଲାଟିନମ୍ ପ୍ଲସ୍: ଦ୍ୱାରଦେଶରେ ବିସ୍ତୃତ କଭରେଜ୍
  • ପ୍ଲାଟିନମ୍: ବିସ୍ତୃତ କଭରେଜ୍
  • ସୁନା: ପ୍ରତିଷେଧକ ରକ୍ଷଣାବେକ୍ଷଣ + ଅନ୍ୟ ମରାମତି ଉପରେ ଶ୍ରମ
  • ରୂପା: ପ୍ରତିଷେଧକ ରକ୍ଷଣାବେକ୍ଷଣ କଭରେଜ୍
  • ବ୍ରୋଞ୍ଚ୍‌ : ଶ୍ରମ

*ଟାଟା ସୁରକ୍ଷାର ପ୍ରକୃତ ଅଫର୍‌ ପ୍ୟାକେଜ୍‌ ନିଜ ନିଜ ଡିଲର୍‌ସିପ୍‌ରୁ ଚେକ୍‌ କରାଯିବ
ଟାଟା ଆଲର୍ଟ୍‌

ଟାଟା ଆଲର୍ଟ୍‌

ୱାରେଣ୍ଟି ପିରିଅଡ୍‌ରେ ଥିବାବେଳେ ଆମର ସମସ୍ତ ଟାଟା ମୋଟର୍‌ସ୍‌ କମରସିଆଲଅ୍‌ ଭେହିକିଲ୍‌ ମଡେଲ୍‌ଗୁଡିକ 24 ଘଣ୍ଟା ଭିତରେ ସମସ୍ୟାର ସମାଧାନ କରିଦେବା ପାଇଁ ଆମର 24x7 ରୋଡ୍‌ସାଇଡ୍‌ ଆସିଷ୍ଟାନ୍‌ସ୍‌ ପ୍ରୋଗ୍ରାମ୍‌ ପ୍ରତିଶୃତିବଦ୍ଧ ।

ମୂଖ୍ୟ ବିଶେଷତା

  • 30 ମିନିଟର ସ୍ୱୀକୃତି ସମୟ
  • ଆମ ଟିମ୍‌ ଦିନରେ 2 ଘଣ୍ଟା ମଧ୍ୟରେ (ସକାଳ 6 ରୁ ସଂଧ୍ୟା 10 ଟା) ଏବଂ ରାତିରେ 4 ଘଣ୍ଟା ପର୍ଯ୍ୟନ୍ତ (ରାତି 10 ରୁ ସକାଳ 6 ଟା) ଆପଣଙ୍କ ପାଖରେ ପହଞ୍ଚିବ ।
  • ଯଦି କୌଣସି ବିଳମ୍ବ ହୁଏ, ତେବେ ଦିନକୁ 500 ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯିବ
  • TGP ଏବଂ ପ୍ରୋଲାଇଫ ଏଗ୍ରିଗେଟ୍‌ସର ପରବର୍ତ୍ତୀ କ୍ରୟ ଉପରେ ମୂଲ୍ୟପ୍ରାପ୍ତ ହେବା

*ନିୟମ ଏବଂ ସର୍ତ୍ତାବଳୀ ଲାଗୁ

ଟାଟା କବଚ୍‌

ଟାଟା କବଚ୍‌

ଟାଟା କବଚ୍‌ ସୁନିଶ୍ଚିତ କରେ ଯେ ଆପଣଙ୍କର ବ୍ୟବସାୟ କଦାପି କମ୍‌ ଦୁର୍ଘଟଣାଜନକ ମରାମତି ସମୟ ପ୍ରଦାନ କରି ଅଫ୍ - ଟ୍ରାକ୍ କରିବ ନାହିଁ । କେବଳ ଚୟନିତ ୱାର୍କସପ୍‌ଗୁଡିକରେ ଟାଟା ମୋଟର୍ସ ଇନସ୍ୟୁରାନ୍‌ସ୍‌ ଅଧୀନରେ ବୀମାଭୁକ୍ତ ଭେହିକିଲ୍‌ଗୁଡିକ ପାଇଁ ଏହା ପ୍ରଯୁଜ୍ୟ ।

ମୂଖ୍ୟ ବିଶେଷତା

  • 15 ଦିନ ରେ ମରାମତି କରାଯିବ କିମ୍ବା ଡେଲିଭରି କରିବାରେ ବିଳମ୍ବ ହେଲେ ତାକୁ ଭରଣ କରିବା ପାଇଁ ଦିନକୁ 500 ଟଙ୍କାର କ୍ଷତିପୁରଣ କଷ୍ଟୁମରଙ୍କୁ ଦିଆଯିବ।
  • ଭେହିକିଲ୍‌ର ଦୁର୍ଘଟଣାଜନିତ ମରାମତି ପାଇଁ TML-ସ୍ୱୀକୃତିପ୍ରାପ୍ତ ଦୁର୍ଘଟଣା ସ୍ୱତନ୍ତ୍ର ୱାର୍କସପ୍‌କୁ ରିପୋର୍ଟ କରାଯିବ ।
  • 15 ଦିନ ପରେ ବିଳମ୍ବଜନିତ କ୍ଷତିପୁରଣ 24 ଘଣ୍ଟାର ଗୁଣିତକ ଭାବରେ ଦିଆଯିବ।
  • ଟାଟା ମୋଟର୍‌ସ୍‌ ଇନ୍ସ୍ୟୁରାନସ୍‌ ମାଧ୍ୟମରେ ସହଜରେ କଲ୍‌ ଏବଂ ଟୋଲ୍‌ ଫ୍ରି ନମ୍ବର 1800 209 0060 ରେ ପଞ୍ଜିକୃତ କରିପାରିବ।

*ନିୟମ ଏବଂ ସର୍ତ୍ତାବଳୀ ଲାଗୁ

ଟାଟା ମୋଟର୍‌ସ୍‌ ପ୍ରୋଲାଇଫ୍‌

ଟାଟା ମୋଟର୍‌ସ୍‌ ପ୍ରୋଲାଇଫ୍‌

ଭେହିକିଲ୍‌ର ଉଭୟ ଡାଉନଟାଇମ୍ ଏବଂ ମାଲିକାନାର ମୋଟ ମୂଲ୍ୟ ହ୍ରାସ କରିବାକୁ ଟାଟା ମୋଟର୍ସ ପ୍ରୋଲାଇଫ୍ ଏକ୍ସଚେଞ୍ଜ୍‌ ଆଧାରରେ ପୁନଃ ଉତ୍ପାଦିତ ଇଞ୍ଜିନ୍ ଅଫର କରିଥାଏ ।

ମୂଖ୍ୟ ବିଶେଷତା

  • ପୁନଃ-ଉତ୍ପାଦିତ ଏଗ୍ରିଗେଟ୍ ପରିସର 75 ରୁ ଅଧିକ ଉତ୍ପାଦକୁ ଅନ୍ତର୍ଭୁକ୍ତ କରେ, ଇଞ୍ଜିନ ଲଙ୍ଗ୍ ବ୍ଲକ୍, କ୍ଲଚ୍ ଏବଂ କ୍ୟାବିନର ନୂତନ ସ୍ପେୟାରର ଏମ୍‌ଆର୍‌ପି ର 40% ରୁ 80% ମୂଲ୍ୟକୁ ମିଶାଇ
  • ଯେ କୌଣସି ପୁନଃ -ଉତ୍ପାଦନ କିମ୍ବା ମେଟେରିଆଲ୍‌ ତ୍ରୁଟି ବିରୁଦ୍ଧରେ ସେଗୁଡିକ ୱାରେଣ୍ଟି ଯୁକ୍ତ
Tata Zippy

ଟାଟା ଜିପ୍ପି

ଟାଟା ଜିପ୍ପି ହେଉଛି ସମ୍, ସମସ୍ତ BS6 ଭେହିକିଲ୍‌ ପାଇଁ ଏକ ରିପେୟାର ଆସ୍ୟୁରାନସ୍‌ ପ୍ରୋଗ୍ରାମ୍‌ । ଏହା ସୁନିଶ୍ଚିତ କରିଥାଏ ଯେ ଭେହିକିଲ୍‌ ବିକ୍ରି ହେବାର 12 ମାସ ପରେ କିମ୍ବା ଉତ୍ପାଦନ ହେବାର 14 ମାସ ପରେ (ଯେଉଁଟା ପ୍ରଥମେ ଆସିବ ) ୱାର୍କସପ୍‌ ରେ କିମ୍ବା ଟୋଲ୍‌ ଫ୍ରି ମାଧ୍ୟମରେ ରିପୋର୍ଟ୍‌ କଲେ ସମସ୍ତ ସମସ୍ୟାର ଫାଷ୍ଟ୍‌-ଟ୍ରାକ୍‌ ସର୍ଭିସ୍‌ ମିଳିପାରିବ ।

ମୂଖ୍ୟ ବିଶେଷତା

  • ନିୟମିତ ସର୍ଭିସ୍‌ ପାଇଁ 8 ଘଣ୍ଟା ମଧ୍ୟରେ ଏବଂ ବଡ ଏଗ୍ରୀଗେଟ୍‌ ମରାମତି ପାଇଁ 24 ଘଣ୍ଟା ମଧ୍ୟରେ ୱାର୍କସପ୍‌ରେ ସମସ୍ୟାର ସମାଧାନ କରିବାର ସୁନିଶ୍ଚିତତା ଦେଇଥାଏ।
  • ବିଳମ୍ବ କ୍ଷେତ୍ରରେ, ୱାର୍କସପ୍‌ରେ ରିପୋର୍ଟ୍‌ ହୋଇଥିବା ସମସ୍ତ SCV କାର୍ଗୋ ଏବଂ ପିକ୍‌ଅପ୍‌ ଟ୍ରକ୍‌ ପାଇଁ ଦିନକୁ 500 ଟଙ୍କା କ୍ଷତିପୂରଣ ଦିଆଯିବ । କ୍ଷତିପୂରଣ ଦେୟ ବିଳମ୍ବ ର 24 ଘଣ୍ଟା ପରେ ଦିଆଯିବ ।

*ନିୟମ ଏବଂ ସର୍ତ୍ତାବଳୀ ଲାଗୁ

Pixel